ସିଆରପିଏଫ୍‌ର ୮୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମେଗା ବୃକ୍ଷରୋପଣ ସମାରୋହ

1 min read
Spread the love

ସାରା ଦେଶରେ କାର୍ଯ୍ୟରତ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ ଏକ ଦୃଢ଼ ଓ ଶକ୍ତିଶାଳୀ ସୁରକ୍ଷା ବାହିନୀଭାବେ ପ୍ରତୀଷ୍ଠା ଲାଭ କରିଛି। ସ୍ୱାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୩୯ ମସିହାରେ ଏହାର ପ୍ରତିଷ୍ଠା ଜୁଲାଇ ୨୭ ତାରିଖ ଦିନ ହୋଇଥିଲା। ତେଣୁ ଏହି ଦିନ ସାରା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସିଆର୍‌ପିଏଫ୍‌ ବାଟାଲିୟନ ଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି କ୍ରମରେ ରାଉରକେଲାରେ ଅବସ୍ଥାପିତ ୧୯ ତମ ବାଟାଲିୟନ ପକ୍ଷରୁ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ପୋଲିସ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାୟ ୧୨ଶହ ବିଭିନ୍ନ ପ୍ରକାରର ବୃକ୍ଷଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଫଳ, ଫୁଲ ଓ ଅନ୍ୟାନ୍ୟ ଚାରା ରୋପଣ କରିଥିଲେ। ବାଟାଲିୟନର ସେକେଣ୍ଡ ଇନ କମାଣ୍ଡ ମହେଶ ବିଶ୍ୱକର୍ମାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବାଟାଲିୟନର ଅନ୍ୟ ଅଧିକାରୀ ଓ ଜବାନମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଗଛ ଲଗାଅ , ଜୀବନ ବଞ୍ଚାଅ’ର ବାର୍ତ୍ତା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!