ମଣିପୁର ହିଂସା ପ୍ରତିବାଦରେ ଆଦିବାସୀ ମହିଳାଙ୍କ ବିଶାଳ ଶୋଭାଯାତ୍ରା ଓ ବିରୋଧ ପ୍ରଦର୍ଶନ
1 min read
ସାରା ଦେଶରେ ମଣିପୁରରେ ଚାଲୁଥିବା ହିଂସାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି କ୍ରମରେ ଶିଳ୍ପ ନଗରୀ ଓ ସ୍ମାର୍ଟ ସିଟି ରାଉରକେଲାରେ ଆସିବାସୀ ମହିଳାମାନେ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଦଳମତ ନିର୍ବିଶେଷରେ ଏହି ଶୋଭାଯାତ୍ରାରେ ରାଉରକେଲା ସମେତ ଆଖପାଖ ଅଞ୍ଚଳର ଅନେକ ଆସିବାସୀ ମହିଳା ଯୋଗଦେଇଥିଲେ।

ରାଜଗାଙ୍ଗପୁର ବିଧାୟକ ଡ ରାଜେନ ଏକ୍କା ଓ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶହ ଶହ ମହିଳା ବିଶ୍ରା ଛକରୁ ରିଙ୍ଗ୍ରୋଡ୍ ଦେଇ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ସେଠାରେ ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ମନୀପୁରରେ ଆସିବାସୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। ଏ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର ମହିଳା ଲଜ୍ଜିତ ଓ ମର୍ମାହତ ବୋଲି କହିବା ସହ ଏହି ବର୍ବରକାଣ୍ଡ ଭିଆଇଥିବା ଅମନବୀୟ ତତ୍ତ୍ବମାନଙ୍କୁ ଫାଶୀ ଦେବା ସହିତ ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ନାରୀମାନଙ୍କୁ ସମ୍ମାନଓ ସୁରକ୍ଷା ଦେବାକୁ ଦାବି କରିଥିଲେ। ଏଥିରେ ବିଭିନ୍ନ ଅଞ୍ଚଳର ମହିଳାମାନେ ସାମିଲ ହୋଇଥିଲେ।