ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
1 min read
ରାଉରକେଲା ସହର ଆଇଟିଡିଏ ସମ୍ମିଳନୀ କକ୍ଷରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସରେ ଏଠାରେ ପାଳିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନା ମୁତାବକ ଉଦିତ ନଗର ମିନିଷ୍ଟାଡିୟମ୍ରେ ୯ଟା ୧୫ ମିନିଟ୍ରେ ଜାତୀୟ ପତାକା ଉତ୍ତୋଲନ ସହିତ ମିଳିତ ପରେଡ୍ର ଆୟୋଜନ କରାଯିବ। ଏହା ସହିତ ଏହି ଦିବସ ପାଳନ ଉପଲକ୍ଷେ ବକ୍ତୃତା, ପ୍ରବନ୍ଧ ଲିଖନ, ଦେଶାତ୍ମ ବୋଧକ ସଙ୍ଗୀତ ଏବଂ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଏହି ଦିବସ ପାଳନ ବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି। ଖୁବ୍ଶୀଘ୍ର ଏହି ପ୍ରତିଯୋଗିତା ଆୟୋଜନର ସମୟ, ଦିନ ଓ ଆୟୋଜନ ସ୍ଥାନ ସମ୍ପର୍କରେ ସୂଚନା ଦିଆଯିବ। ଏହି ଅବସରରେ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଉପଜିଲ୍ଲାପାଳ ସରୋଜ ପ୍ରସନ୍ନ କୁଲ୍ଲୁଙ୍କ ସମେତ ବିଭିନ୍ନ ବର୍ଗର ସରକାରି ଅଧିକାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରତିନିଧି ଯୋଗଦେଇଥିଲେ। ଜାତୀୟ ଦିବସ ପାଳନ କମିଟି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସବିଶେଷ ତଥ୍ୟ ଓ ସୂଚନା ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଦେଇଥିଲେ। ଏଥିରେ ଜାତିୟ ଦିବସ ପାଳନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।