ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

1 min read
Spread the love

ସୁନ୍ଦରଗଡ଼ ସହରରେ ଥିବା ସରକାରୀ ମହାବିଦ୍ୟାଳୟ‌ରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଗଣିତ ବିଭାଗ ଅଧ୍ୟାପକ ଆଲୋକ ନାଏକ ସଭାପତିତ୍ବ କରି କାର୍ଗିଲ ଯୁଦ୍ଧରେ ଭାରତ ବିଜୟ ଓ ସହିଦ ସେନାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ନିରବ ପ୍ରାର୍ଥନା କରି ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଂସ୍କୃତ ବିଭାଗ ସହକାରୀ ପ୍ରାଧ୍ୟାପକ ଡ. ବିନୋଦ ବିହାରୀ ମଲ୍ଲିକ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ରତ୍ନେଶ ରଂଜନଙ୍କ ସହ ୨ ଜଣ ସମର ଶିକ୍ଷାର୍ଥୀ ଭାରତୀୟ ସୈନିକମାନେ କିପରି କାର୍ଗିଲ ଯୁଦ୍ଧରେ ବିଜୟ ଲାଭ କରିବା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କ୍ୟାଡେଟ କ୍ରପ୍‌, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ, ଇକୋ କ୍ଲବ୍‌ର ସମସ୍ତ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!