ଭିଜିଲାନ୍ସ ଜାଲରେ ଆଉଜଣେ ଖାକି ପୋଷାକଧାରୀ ଅଧିକାରୀ : କିଆକଟା ଥାନା ଏଏସ୍ଆଇ ଗିରଫ
1 min read
୫ଟି ଅନ୍ତର୍ଗତ ଆମ ରାଜ୍ୟ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ କିଛିମାସ ଧରି ନିୟମିତଭାବେ ଖାକି ପୋଷାକଧାରୀ ଅଧିକାରୀ ଧରାହେଉଛନ୍ତି। ଏହି କ୍ରମରେ ଲାଞ୍ଚ ନେଉଥିଲାବେଳେ ଧରାପଡ଼ିଛନ୍ତି କିଆକଟା ଥାନା ଏଏସ୍ଆଇ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ଏଏସ୍ଆଇ ନବୀନ କୁମାର ଶତପଥୀ ଜଣେ ବ୍ୟକ୍ତିଠାରୁ ଆଠ ହଜାର ଟଙ୍କା ଲାଞ୍ଚନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ କିଆକଟା ଥାନା ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ଜଣେ ଲୁଗା ବ୍ୟବସାୟୀଙ୍କ ସହିତ କିଛିଦିନ ପୂର୍ଵରୁ ମାଡ଼ପିଟ ଘଟଣା ଘଟିଥିଲା। କପଡା ବ୍ୟବସାୟୀ ପଞ୍ଚାନନଙ୍କ ପରିବାରକୁ ଗୁଣ୍ଡା ଲଗେଇ ମାଡ଼ ମାରିବା ଓ ତାଙ୍କ ବାସଗୃହ ଭାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ପଞ୍ଚାନନ।

ଅଭିଯୁକ୍ତଙ୍କୁ ଗିରଫ ନକରିବାରୁ ପଞ୍ଚାନନଙ୍କ ପରିବାର ବର୍ଗ ଅନୁଗୁଳ ଏସ୍ପିଙ୍କୁ ଏକ ଦାବିପତ୍ର ଦେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଘଟଣାର ରଫାଦଫା ପାଇଁ ଏଏସ୍ଆଇ ତାଙ୍କୁ ପନ୍ଦର ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିପାଇଁ ବ୍ୟବସାୟୀ ପ୍ରଥମେ ଦୁଇହଜାର ଟଙ୍କା ଦେଇଥିଲା ବେଳେ ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଆଠ ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଦଳ ତାଙ୍କୁ ଗିରଫ କରି ଫୁଲବାଣୀ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ କୁ ନେଇଥିଲେ। ଏ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।