ରାଉରକେଲା ରାଜନୀତିରେ ପୁଣି ସକ୍ରିୟ ହେଲେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ : ମଣିପୁର ହିଂସାକୁ ନେଇ ଗର୍ଜିଲେ

1 min read
Spread the love

କିଛିମାସର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ରାଜନୀତି ଆରମ୍ଭକରିଛନ୍ତି ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍କ ତିର୍କୀ। ପ୍ରଥମେ ବିରମିତ୍ରପୁରରେ ଏକ ବନ୍ଧୁ ମିଳନରି ଜର୍ଜ ସେନା ମାଧ୍ୟମରେ କାର୍ଯ୍ୟକ୍ରମ ଓ ପରେ ବନ୍ଧମୁଣ୍ଡା ଅଞ୍ଚଳରେ ରେଳ ଲାଇନ ନିର୍ମାଣ ପାଇଁ ବିସ୍ଥାପନ ସମସ୍ୟାକୁ ନେଇ ବୈଠକ। ଏହି କ୍ରମରେ ବୁଧବାର ଦିନ ବିଶ୍ରା ଛକରେ ଏକ ବିଶାଳ ବିରୋଧ ପ୍ରଦର୍ଶନ କରିଛନ୍ତି ଶ୍ରୀ ତିର୍କୀ। ନିଜର ସମର୍ଥକମାନଙ୍କ ସହିତ ମଣିପୁରରେ ଚାଲିଥିବା ଅରାଜକତା ଓ ହିଂସା ବିରୋଧରେ ବର୍ଷିଛନ୍ତି ଶ୍ରୀ ତିର୍କୀ।

ଏହି ଅବସରରେ ନିଆରା ଢଙ୍ଗରେ ପ୍ରଧାଣମନ୍ତ୍ରୀ ମୋଦିଙ୍କ ଚିତ୍ର ଥିବା ଏକ ଦଶମୁଣ୍ଡିଆ ରାବଣ ଭଳି ଏକ ପ୍ରତିକୃତି ତିଆରି ହୋଇଥିଲା। ଏଥିରେ ଦଶଟି ମୁଣ୍ଡର ଚିତ୍ରରେ ସୁନ୍ଦରଗଡ଼ ବିଧାୟକ କିଶୁମ ଟେଟେ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ଗୃହ ମନ୍ତ୍ରୀ ଅମିତ ସାହା, ସାଂସଦ ଜୁଏଲ ଓରାମଙ୍କ ସମେତ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଦି ୧୦ଜଣଙ୍କ ଚିତ୍ର ଲଗାଯାଇ ଏକ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ସହିତ ହାତରେ ବିଭିନ୍ନ ପ୍ରକାରର ପ୍ଲାକାର୍ଡ ମାଧ୍ୟମରେ ମଣିପୁର ହିଂସା ପାଇଁ କେନ୍ଦ୍ର ସରକାର ଓ ବିଜେପି ଦଳକୁ ସମାଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜର୍ଜଙ୍କ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ତିର୍କୀ ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଶାନ୍ତି ଓ ଭାଇଚାରର ପ୍ରଚାର  ସହିତ  କେନ୍ଦ୍ର ଓ ମଣିପୁରରେ ଚାଳିଥିବା ବିଜେପି ନେତୃତ୍ବାଧିନ ସରକାରର ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବର୍ଷିଥିଲେ। ଏହା ସହିତ ଏହି ଅବସରରେ ମଣିପୁର ହିଂସା ଘଟଣାରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବା ପାଇଁ ଏକ ସ୍ମାରକପତ୍ର ଦିଆଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!