Skip to content
ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ୧୩ତମ ସ୍ଥାପନା ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି।ରୋଟାରୀଆନ ଡଃ ସରିତା ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜି ମନଜିତ ସିଂ ଆରୋରା ମୁଖ୍ୟଅତିଥି ଓ ପିଡିଜି ଏଫ ସି ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦାୟୀ ସଭାପତି ରୋଟାରୀଆନ ଆନାବେଲ ଡିସୌଜା ସ୍ବାଗତ ଭାଷଣ ଓ ବିଦାୟୀ ସଂପାଦକ ରୋଟାରୀଆନ ପିଉ ଗୁହା ଗତବର୍ଷର ବିଭିନ୍ନ ଲୋକାଭିମୁଖି କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବିଦାୟୀ ସଭାପତି ଓ ସଂପାଦକ ଦ୍ବୟ ୨୦୨୩-୨୪ ପାଇଁ ନୂତନ ସଭାପତି ରୋଟାରୀଆନ ପୁତୁଲ ରାହୁଲ ଓ ସଂପାଦକ ରୋଟାରୀଆନ ଅର୍ଚ୍ଚନା ମହାନ୍ତି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଉଭୟ ସଭାପତି ଓ ସଂପାଦକଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଦ୍ବୟ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁବ୍ରତ ଚୌଧୁରୀ, ସତ୍ୟାନନ୍ଦ ବେହେରା, ବିପ୍ଳବ ରଂଜନ ଦାଶ, ବସନ୍ତ କୁମାର ଦାସ, ସମାଜସେବୀ ହେମନ୍ତ ତାଣ୍ଡିଆ, ଛାତ୍ରୀ ସୁଶ୍ରୀ ଶ୍ରଦ୍ଧା ନାୟକ, ଶିକ୍ଷାବିତ୍ ବୈଷ୍ଣବ ଚରଣ ମହାପାତ୍ର ଓ ସୂର୍ଯ୍ୟ ନାରାୟଣ ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ନୂତନ ଦାୟିତ୍ୱ ନେଇଥିବା ସଭାପତି ଶ୍ରୀମତୀ ରାହୁଲ ଆଗାମୀ ଦିନର କାର୍ଯ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲାବେଳେ ଉଭୟ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା କିପରି ଅଧିକ ଲୋକାଭିମୁଖି ହୋଇପାରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ ପରେ ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ପରେ ରୋଟାରୀଆନ ବୀଣାପାଣି ରଥ ସ୍ତୁତି ବନ୍ଦନା କରିଥିଲେ। ଉପଦେଷ୍ଟା ଡଃ ଅଞ୍ଜନା ମୈତ୍ର ବକ୍ତୟ ରଖିଥିବା ବେଳେ ରୋଟାରୀଆନ ଦିଲ୍ଲୀପ କୁମାର ଭୁଇ ଓ ନିବେଦିତା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଞ୍ଜିତ ଛୋଟରାୟଙ୍କ ସର୍ଜେଣ୍ଟ ରିପୋର୍ଟ ପରେ ସହ ସଂପାଦକ ଲଳିତା ମୁଦାଲି ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରୀଆନ ଡଃ ଆଲେକଜାଣ୍ଡାର ଡିସୌଜା, ଅଞ୍ଜଳି ଶତପଥୀ, ସନ୍ଧ୍ୟାରାଣୀ ବରାଳ, ସୁଚିସ୍ମିତା ବିଶ୍ବାସ, ପି କେ ପତି, ରାଜେନ୍ଦ୍ର ପ୍ରସାଦ, ପୁନମ କାପୁର, ସନ୍ଧ୍ୟା ସାହୁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ରୋଟାରୀ କ୍ଲବର ସଭାପତି ଡଃ ପୀତବାସ ମିଶ୍ର ପିଏଜି ପ୍ରତାପ ବେହେରାଙ୍କ ସମେତ ସହରର ବିଭିନ୍ନ ରୋଟାରୀ କ୍ଲବର ସଭାପତି ଓ ସଂପାଦକମାନେ ଉପସ୍ଥିତ ଥିଲେ।
Post Views: 531
error: Content is protected !!