ନକଲୀ ନକ୍ସାଲ ନାମରେ ଚାନ୍ଦା ଆଦାୟ ଉଦ୍ୟମ : ପୋଲିସ ହାତରେ ଅଭିଯୁକ୍ତ
1 min read
ରାଉରକେଲା ସହରର ବନ୍ଧମୁଣ୍ଡା ଥାନାରେ ହୋଇଥିବା ଏକ ଅଭିଯୋଗ ମୁତାବକ ଜଣେ ବ୍ୟକ୍ତି ସେକ୍ଟର-ସି ରେ ଥିବା ମା ଭବାନୀ ଔଷଧ ଦୋକାନୀଙ୍କୁ ନକ୍ସାଲ ନାମରେ ଚାନ୍ଦା ମାଗୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଜୁଲାଇ ୧୯ ତାରିଖ ରାତିରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ମୋବାଇଲ ଯୋଗେ ‘ମୁଁ ନକ୍ସଲ ଭାଷା କହୁଛି, ମୁଁ ଟଙ୍କା ଚାହୁଁଛି। ଯଦି ଆପଣ ଟଙ୍କା ନ ଦିନତି ତେବେ ମୁଁ ଆପଣଙ୍କୁ ମାରିଦେବି ବୋଲି ମା ଭବାନୀ ଔଷଧ ଦୋକାନର ମାଲିକ ଗୋବିନ୍ଦ ତାଣ୍ଡିଙ୍କୁ ଫୋନ୍ କଲ୍ ଆସିଥିଲା। ଏହା ପରେ ଶ୍ରୀ ତାଣ୍ଡିଙ୍କ ନିକଟକୁ ସମାନ ଢଙ୍ଗରେ ଆଉ ଦୁଇଥର ମଧ୍ୟ କଲ୍ ଆସିଥିଲା ଏହି ଘଟଣା ବିଷୟରେ ବନ୍ଧମୁଣ୍ଡା ପୋଲିସକୁ ଶ୍ରୀ ତାଣ୍ଡି ସୂଚନା ଦେଇଥିଲେ।

ପୋଲିସ୍ରେ ଅଭିଯୋଗ ପୂର୍ବରୁ ଆସିଥିବା କଲ୍ ମୁତାବକ ଶ୍ରୀ ତାଣ୍ଡିଙ୍କୁ ଡୁମେର୍ତ୍ତା ଷ୍ଟେସନ ନିକଟରୁ ଆସି ପଚାଶ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଏହାପରେ ବନ୍ଧମୁଣ୍ଡା ଥାନାର ଭାରପ୍ରାପ୍ତ ଅଦିକାରୀ ଗିର୍ଜା ନନ୍ଦିନୀ ଗାର୍ଡିଆଙ୍କ ନେତୃତ୍ୱରେ ବିସ୍ରା ପୋଲିସ୍ ଷ୍ଟେସନ ଦାୟିତ୍ୱରେ ଥିବା ଭଗବାନ୍ ପୂଜାରୀ ଏବଂ ଅନ୍ୟ କିଛି ଅଧିକାରୀ ଏକ ଦଳ ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଥିଲା। ଡୁମେର୍ତ୍ତା ଷ୍ଟେସନ ନିକଟରେ ସାଦା ପୋଷାକରେ ପୋଲିସ ନିୟୋଜିତ ରହି ଜାଲ ବିଛାଇ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତ ଥିଲା। ଏହାପରେ ଶ୍ରୀ ତାଣ୍ଡି ଷ୍ଟେସନ ନିକଟ ରାସ୍ତାରେ ଥିବା ଏକ ବୁଦା ଭିତରେ ଟଙ୍କା ରଖିଥିଲେ। ଏହାପରେ ଅଭିଯୁକ୍ତମାନେ ଟଙ୍କା ନେବା ସମୟରେ ପୋଲିସ ଅଭିଯୁକ୍ତକୁ ଧରିଥିଲା। ଏ ନେଇ ଏକ ମାମଲା ଦାୟର କରାଯାଇ ତଦନ୍ତ ଚାଲିଛି।