ରାଉରକେଲା ଓ ଆଖପାଖ ଅଞ୍ଚଳରେ ଚୈତ୍ର ଛଟ୍ ପର୍ବ ପାଳନ
1 min read
କାର୍ତ୍ତିକ ମାସ ପରି ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ଅସ୍ତଗାମୀ ସୂର୍ଯ୍ୟଙ୍କର ପୂଜା ଅର୍ଚ୍ଚନା କରାଯିବା ସହିତ ସପ୍ତମୀ ତିଥିରେ ଉଦୟଗାମୀ ସୂର୍ଯ୍ୟଙ୍କର ଉପାସନା କରାଯାଇଥାଏ। ଏହି ସୂର୍ଯ୍ୟ ପୂଜା କଲେ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ବୋଲି ବିହାରୀ ସମ୍ପ୍ରଦାୟ ଏବଂତ୍ ଅନ୍ୟ କିଛି ଉତ୍ତର ଭାରତର ରାଜ୍ୟବାସୀଙ୍କ ମଧ୍ୟରେ ମାନ୍ୟତା ରହିଛି। ତେଣୁ ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି ଛଟ ପର୍ବର ବିଶେଷ ମହତ୍ୱ ରହିଛି। ଏହି ପର୍ବ ବର୍ଷରେ ୨ଥର ପାଳନ କରାଯାଇଥାଏ।