ମହାନଦୀରେ ହଠାତ୍ ଆସିଲା ପାଣି : ଅଳ୍ପକେ ବଞ୍ଚିଲେ ଶହ ଶହ ଗାଇ
1 min read
ଚଳିତ ବର୍ଷ ହୀରାକୁଦ ଡ୍ୟାମରୁ ୨୩ ତାରିଖ ରେ ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିଲା। ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବାସହ ସ୍ଥନୀୟ ପ୍ରଶାସନ କୁ ତତ୍ପର ରହିବାକୁ କୁହାଯାଇଥିଲା । କିନ୍ତୁ ପ୍ରକୃତ ପ୍ରକ୍ଷେ ଦେଖିବାକୁ ଗଲେ ମହାନଦୀ କୁଳିଆଜନ ବସତି ଙ୍କ ପାଇଁ ପ୍ରଶାସନ ର ସଚେତନତା ବାର୍ତା ପହଁଚି ପାରୁନଥିବା ବେଳେ ତାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ମହାନଦୀ ର ତଳିଆ ଅଞ୍ଚଳ ହରଭଙ୍ଗା ବ୍ଲକ ରେ ଏହି ଡ୍ୟାମ ପାଣି ବିଳମ୍ବ ରେ ପହଁଚି ଥିବା ବେଳ ମହାନଦୀ ନଦୀ ଧୀରେ ଧୀରେ ଫୁଲିବାରେ ଲାଗିଥିଲା। ମହାନଦୀ କୁଳରେ ଅବସ୍ଥିତ ଧଲପୁର ପଞ୍ଚାୟତ ର ଖରସଙ୍କୁଲୋଇ, ସାକୁସିଙ୍ଗା ଗ୍ରାମ ର ଗାଇ ଗୁଡିକୁ ଗାଈ ଚରlଳି ଚରାଇବାକୁ ନେଇଥିଲେ। ଏହି ସମୟରେ ଗାଈ ମାନେ ପାଣି ପିଇବା ଆଶାରେ ନଦୀ ଭିତରକୁ ଚାଲି ଆସିଥିଲେ। ଠିକ ସେହି ସମୟ ରେ ନଦୀ ରେ ପାଣି ବଢ଼ି ଆସିଥିବା ବେଳେ ଗାଈ ଗୁଡିକ ପାଣି ଘେର ରେ ରହିଯାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ସୂଚନା ପାଇବା ପରେ ଡଙ୍ଗା ସାହାଯ୍ୟ ରେ ଶହ ଶହ ଗାଇଙ୍କୁ ପାଣି ଘେରରୁ ବାହାରକୁ ଆଣିଥିଲେ। ଅଳ୍ପକେ ମରଣ ମୁଖରୁ ରୁ ଗାଈ ପଲ ରକ୍ଷା ପାଇଯାଇଥବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଦୀରେ ପାଣି ଆସିବାକୁ ନେଇ କୌଣସି ସତର୍କତା ସୂଚନା ଦିଆଯାଇ ନଥିବାରୁ ଏହିଭଳି ସମସ୍ୟା ହୋଇଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।