ୟୁଜିଆଇ ପରିସରରୁ କଂକ୍ରିଟ ମିକ୍ସ ପ୍ଲାଣ୍ଟ ହଟାଇବାକୁ ଜିଲ୍ଲା କଂଗ୍ରେସର ଦାବି
1 min read
ରାଉରକେଲା ସହରର ଅନ୍ୟତମ ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନ ୟୁଜିଆଇଇ ବା ଉତ୍କଳ ଗୌରବ ଯାନ୍ତ୍ରିକ ପ୍ରତିଷ୍ଠାନ ପରିସରରେ ଅନେକ ଦିନ ଧରି ଏକ କଂକ୍ରିଟ ମିକ୍ସ ପ୍ଲାଣ୍ଟ ଚାଳିଛି। ଏହା ଦ୍ବାରା ଅନୁଷ୍ଠାନର ଛାଟ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସମେତ ଆଖପାଖ ଅଞ୍ଚଳବାସୀ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ରାଉରକେଲା ଜିଲ୍ଲା ଲଂଗ୍ରେସ ପକ୍ଷରୁ ଏହି ମିକ୍ସ ପ୍ଲାଣ୍ଟ୍କୁ ବିରୋଧ କରି ଏକ ସ୍ମାରକପତ୍ର ୟୁଜିଆଇଇ ଅଧ୍ୟକ୍ଷା ପ୍ରଗତୀ ଦାସଙ୍କୁ ଦେଇଛନ୍ତି।

ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ଲାଣ୍ଟକୁ ହଟାଇବା ପାଇଁ ଅନେକ ଥର ପ୍ରଶାସସ୍ନିକ ଅଧିକାରୀଙ୍କ ସମେତ ପୋଲିସ ଥାନାରେ ମଧ୍ୟ ଦିଆଯାଇଛି ବୋଲି ସୂଚନା ମିଳିଛି। ଜିଲ୍ଲା କଂଗ୍ରେସର ଭାରପ୍ରାପ୍ତ ସଭାପତି ଦେବବ୍ରତ ବିହାରୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ପ୍ରଶାସନକୁ ଏହି ପ୍ଲାଣ୍ଟ ସହିତ ଶିକ୍ଷାନୂଷ୍ଠାର କିଛି ଜାଗାରେ ବେଆଈନ କାର୍ଯ୍ୟ ଚାଲିଥିବାକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି।

ଏହି କ୍ରମରେ ଦଳ ପକରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ବିରେନ ସେନାପତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।