ସୁର ତରଙ୍ଗ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ

1 min read
Spread the love

ସୁର୍ ତରଙ୍ଗ ପରିବାର ତରଫରୁ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା ସହରସ୍ଥିତ ରାଉରକେଲା କ୍ଲବ୍ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ସହରସ୍ଥିତ ୩୦ଜଣ କଳାକାର ଯୋଗ ଦେଇଥିଲେ।ସେୟାର ଅନୁଷ୍ଠାନ ର ସଭାପତି ସରୋଜ କୁମାର ମହାନ୍ତି, ନିର୍ଦ୍ଦେଶକ ନିଖିଳ କଳାକାର ପ୍ରଧାନ, ସମାଜସେବୀ ଓ ଆଇନଜୀବୀ ସଚ୍ଚିଦାନନ୍ଦ ପରିଡ଼ା, ଦିଲ୍ଲୀପ ପରିଡ଼ା ଏବଂ ସୁରତରଙ୍ଗ ଅନୁଷ୍ଠାନର ସମ୍ପାଦକ ସୁବ୍ରତ ଦାଶଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା।ପ୍ରାରମ୍ଭରେ ମା’ଙ୍କ ଏକ ଭଜନ ସମ୍ମିଳିତ କଣ୍ଠ ଗାନ କରାଯାଇ ସଙ୍ଗୀତ କାଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଯୋଗ ଦେଇଥିବା କଳାକାରମାନେ ଅନେକ ପୁରାତନ ଓ ମନଛୁଆଁ ସଙ୍ଗୀତ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଗାନ କରିଥିଲେ। ସତ୍ୟଞ୍ଜୟ ତ୍ରିପାଠୀ, ଜଗନ୍ନାଥ ସାହୁ, ସତ୍ୟବ୍ରତ ମହାନ୍ତି, ମନୋଜ ମହାନ୍ତି, ସତ୍ୟନାରାୟଣ ମିଶ୍ର, ଏସ ସି ସାବତ, ତପନ ଷଡ଼ଙ୍ଗୀ,ସୁଶାନ୍ତ ଗିରି, ମନୋଜ ମହନ୍ତ, ସୁନୀତା ପଣ୍ଡା, ମମତା ଦାଶ, ରୀନା କଦ୍‌ମାୱାଲା, ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ଶିଶୁ କଳାକାରମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ। ମନୋଜ କୁମାର ମହାନ୍ତଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବେତାର କେନ୍ଦ୍ରର ଉଦ୍‌ଘୋଷିକା ମମତାଞ୍ଜଲି ଦାସ ସଞ୍ଚାଳନ କରିଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!