୧୪ବର୍ଷରୁ କମ୍ ଫୁଟ୍ବଲ୍ ଲିଗ୍ ଫାଇନାଲ୍ରେ ଜିତିଲା ପ୍ରଗତି ଏଫ୍ସି
1 min read
ରାଉରକେଲାର ବନ୍ଧମୁଣ୍ଡା ସ୍ଥିତ ପ୍ରଗତି କ୍ଲବ୍ ଖେଳ ପଡ଼ିଆରେ ଡୁମେର୍ତ୍ତା ପ୍ରଗତି କ୍ଲବ୍ ପକ୍ଷରୁ ଡୁମେର୍ତ୍ତା ପ୍ରଗତି କ୍ଲବ୍ ପକ୍ଷରୁ ଆୟୋଜିତ ୧୪ ବର୍ଷରୁ କମ୍ ଫୁଟବଲ୍ ଲିଗ୍ର ଫାଇନାଲ୍ରେ ବନ୍ଧମୁଣ୍ଡା ପ୍ରଗତି ଏଫ୍ସି କ୍ଲବ୍ ଓ ଗ୍ରାସ୍ରୁଟ୍ ଫୁଟ୍ବଲ୍ ଏକାଡେମି ପରସ୍ପରକୁ ଭେଟିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅମୀମାଂସିତ ରହିବାରୁ ଟାଇବ୍ରେକରରେ ପ୍ରଗତି ଏଫ୍ସି କ୍ଲବ୍ ବିଜୟ ହାସଲ କରିଥିଲା।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନୀତା ତିର୍କୀ ଓ ସମିତି ସଦସ୍ୟ ରବିନାରାୟଣ ମାଝୀ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ରେଫରି ଭାନୁ ବାଉରୀ, ଠାକୁର ମୁର୍ମୁ, ଚନ୍ଦା କୁମାର, ମହେଶ ଲାକଡ଼ା, ପ୍ରେମକିଷନ ଫାଇନାଲ୍ ମ୍ୟାଚ୍ ପରିଚାଳନା କରିଥିଲେ। ସୁଲେଜର ଏକ୍କା, ସିଦ୍ଧେଶ୍ୱର ବୋଦ୍ରା, ରୋଶନ କେରେକେଟା, ଛଟୁ ମହାତୋ, ଆନନ୍ଦ ଲାକଡ଼ା, ଅନୀଲ ତିଗା, ଏସ୍ କେ ମାଝୀ, ସାଙ୍କୋ ମାରାଣ୍ଡି, ରାମଦାସ ତନ୍ତୀ, ଥୋମାସ ଭେଙ୍ଗ୍ରା, ନର୍ସିଂ ବୋଦ୍ରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।