ସାମାଜିକ ସଙ୍ଗଠନ ଯୁବଶକ୍ତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   

1 min read
Spread the love

ଢେଙ୍କାନାଳା ଜିଲ୍ଲା ପରଜଙ୍ଗର ବାରିହାପୁର ଗ୍ରାମ ପଞ୍ଚାୟତର ଚକ୍ରଧରପୁର ସ୍ଥିତ ଶ୍ରୀ ଶ୍ରୀ ତପୋବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ପରିବେଶ ସନ୍ତୁଳନ ରକ୍ଷା ଓ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ନିମନ୍ତେ ଯୁବଶକ୍ତି ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆମ ସଭ୍ୟ ସମାଜରେ ଆମ ସମସ୍ତଙ୍କର ବଡ଼ ଦାୟିତ୍ୱ ଓ ମୂଲ୍ୟବୋଧ କୁ କେହି ଭୂଲି ଯିବା ଉଚିତ ନୁହେଁ। ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଲେ ଆମ ରାଜ୍ୟ ତଥା ଦେଶ ସବୁଜିମା ରେ ପରିପୂର୍ଣ୍ଣ ହୋଇ ଯିବ। ଏହା ଦ୍ୱାରା ଅମ୍ଳଜାନ ଓ ପ୍ରଦୂଷଣ ଭଳି ସମସ୍ୟା ଆଉ ରହିବ ନାହିଁ। ତେଣୁ ଆସନ୍ତୁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଆମ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ବେଲ, ବର, ପିଜୁଳି ପ୍ରଭୁତି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ଚିଣ୍ଟୁ ମାଝୀ, ସୁଶୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!