ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଓକିଲ ସଙ୍ଘ ତରଫରୁ ବୈଠକ ଅନୁଷ୍ଠିତ
1 min read
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଓ ପାନୀୟ ଜଳ ଯୋଗାଣ ନେଇ ଦୀର୍ଘ ବର୍ଷ ଧରି ନିର୍ବାଚନ ବର୍ଜନ କରାଯାଇଥିବା ବେଳେ ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ । ସେହିପରି ଟିଟିଲାଗଡ କୁ ମୁଖ୍ୟମନ୍ତ୍ରୀ ଏକ ଗସ୍ତ ରେ ଆସି ଏନ୍ ଏ ସି ରୁ ମୁଖ୍ୟମନ୍ତ୍ରୀ ପୌର ପରିଷଦ ଘୋଷଣା କରି ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଦେଇଥିଲେ।

ବିଗତ ୨୦୧୪ ଓ ୨୦୧୯ ନିର୍ବାଚନ ସମୟ ରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଆଇନ୍ ଅନୁଯାୟୀ ଧାରଣା ରୁ ଓହରି ଯିବା ଓ ନିର୍ବାଚନ ପରେ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ଦେଇଥିଲେ। ଏହିଭଳି ସରକାର ଙ୍କ ପ୍ରତିଶ୍ରୁତି ପାଣି ର ଗାର ବୋଲି ପ୍ରକାଶ ପାଇଥିବା ବେଳେ ଟିଟିଲାଗଡ ଓକିଲ ସଙ୍ଘ ସଭା ଗୃହ ରେ ଏକ ସଭା ଆୟୋଜନ କରାଯାଇ ଥିଲା। ସଙ୍ଘ ସଭାପତି କୃଷ୍ଣଚନ୍ଦ୍ର ସାହୁ,ସମ୍ପାଦକ ମହେଶ ମହାନ୍ତି ସଭା ପରିଚାଳନା କରିଥିଲେ ।ଏହି ସଭା ରେ ବିଭିନ୍ନ ମାନ୍ୟ, ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ଜିଲ୍ଲା ମାନ୍ୟତା ନେଇ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦିଆଯିବା ନିଷ୍ପତି ନିଆଯାଇଥିଲା ।