ଦିବ୍ୟାଙ୍ଗ ଅନୁଷ୍ଠାନ ‘ଶ୍ରଦ୍ଧା’ ରେ ରାଜକିଶୋର ରାଜଗୁର ଙ୍କ ୯ମ ପୂଣ୍ୟତିଥି ପାଳିତ
1 min read
ରାଉରକେଲା ଅନ୍ୟତମ ଅଗ୍ରଣୀ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟରତ ଅନୁଷ୍ଠାନ ‘ଶ୍ରଦ୍ଧା’ ର ପ୍ରତିଷ୍ଠାତା ସଭାପତି ସ୍ଵର୍ଗତ ରାଜକିଶୋର ରାଜଗୁରଙ୍କ ୯ମ ପୂଣ୍ୟତିଥି ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀର ବିଧାୟକ ସୁବ୍ରତ ତରାଇ ଓ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ କମିଟି ସଭ୍ୟ, କବି ତଥା ଏକତ୍ର ର ସଭାପତି ରାଜୀବ ପାଣି ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ।

ଉପସ୍ଥିତ ଅତିଥି ଓ ଅନ୍ୟମାନେ ସ୍ୱର୍ଗତ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନୁଷ୍ଠାନ ର ଉପସଭାପତି ଅଶୋକ କୁମାର ବଳଙ୍କ ପୌରହିତ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ତରାଇ ଶ୍ରଦ୍ଧା ଦ୍ଵାରା ପ୍ରସ୍ତାବ ଗୁଡ଼ିକ ସ୍ଵାଗତ ଯୋଗ୍ୟ ବୋଲି କହିବା ସହ ଭିନ୍ନକ୍ଷମ ମାନେ ହେଉଛନ୍ତି ସ୍ଵତନ୍ତ୍ର । ତେଣୁ ସ୍ଵତନ୍ତ୍ର ଭାବେ ଶ୍ରଦ୍ଧା ର କଥା ନେବାକୁ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣି ଦର୍ଶାଇ ଥିଲେ ଯେ, ଭିନ୍ନକ୍ଷମ ମାନେ ହେଉଛନ୍ତି ଭଗବାନଙ୍କ ର ଅମୃତସନ୍ତାନ । ଯଦିବା ଏମାନଙ୍କର କିଛି କାର୍ଯ୍ୟ କରିବାରେ ସମାସ୍ୟା ଥାଏ କିନ୍ତୁ ଏମାନେ ଅନ୍ୟ କେତେକ କାର୍ଯ୍ୟ କରିବାରେ ନିପୁଣ ଥାନ୍ତି।

ଏମାନଙ୍କ ର ଦକ୍ଷତା କୁ ଆମେ ମାନେ ଜାଣି ସେମାନଙ୍କୁ ସହଯୋଗ ର ହାତ ବଢ଼ାଇ ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଅବସରରେ ସ୍ଵର୍ଗତ ରାଜଗୁରୁ ଙ୍କ ସ୍ମାରକୀ ଭାବେ ଏହିବର୍ଷ ର ଦଶମ ଶ୍ରେଣୀରେ ପଢ଼ୁଥିବା ଏଗାର ଜଣ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପଠନ ସହାୟକ ସାମଗ୍ରୀ ଅତିଥି ମାନେ ପ୍ରଦାନ କରିଥିଲେ । ଶ୍ରୀ ବଳ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ସୂଚନା ଦେବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶ୍ରଦ୍ଧା ପ୍ରତି ସ୍ଵର୍ଗତ ରାଜଗୁରୁ ଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ। ଶ୍ରଦ୍ଧା ର ସେ ହେଉଛନ୍ତି ପ୍ରତିଷ୍ଠାତା ସଭାପତି। ତାଙ୍କର ଶ୍ରଦ୍ଧା ପାଇଁ ଦାନ ଅତୁଳନୀୟ। ତାଙ୍କ ପରେ ତାଙ୍କର ପରିବାରବର୍ଗ ଙ୍କ ର ସହଯୋଗ ବଳବତ୍ତର ରହିଛି । ତାଙ୍କ ସ୍ମୃତିରେ ତାଙ୍କ ପରିବାର ଲୋକେ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଏହି ପଠନ ସହାୟକ ସାମଗ୍ରୀ ପ୍ରଦାନ କରିଆସୁଛନ୍ତି ।