ଓଡ଼ିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା  ଅନୁଷ୍ଠାନ, ଭୁବନେଶ୍ୱର ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଏବଂ ସମ୍ବର୍ଦ୍ଧନା ମହୋତ୍ସବ ଆଡମ୍ବର ସହକାରେ ପାଳନ ହୋଇଯାଇଅଛି । ଏହି ସମାରୋହ ରେ ଓକା ଅlଇଡଲ  ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ଙ୍କୁ ଟପ୍ ଟେନ୍ ଓକା ଆଇଡଲ  ସମ୍ମାନ ପ୍ରଦାନ କରାଯାଇଥିଲା l ଏହା ସହିତ ଓଡିଶା ର ବ୍ୟାସକ୍ଷେତ୍ର ରାଉରକେଲାର ବିଭିନ୍ନ ବର୍ଗର ପ୍ରତିଭାମାନଙ୍କୁ ମହର୍ଷି ବେଦବ୍ୟାସ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ରେ ନୃତ୍ୟ, ସଙ୍ଗୀତ, ଅଭିନୟ, ବାଦ୍ୟଯନ୍ତ୍ର, କବିତା ଏବଂ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଚାରକ ଭାବେ ଉପସ୍ଥିତ ଥିଲେ ଗୁରୁ ସୁଶ୍ରୀ  ମାନସୀ ଦେ (ନୃତ୍ୟ) ଏବଂ  କବି  ସୁଶାନ୍ତ କୁମାର ନାଏକ (କବିତା), ସୁଶ୍ରୀ ନଳିନୀ ପ୍ରଭା ଦାସ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ନିରୁପମା ଦାଶ ଏବଂ ସମ୍ମାନିତ ଅତିଥି ଥିଲେ ବରିଷ୍ଠ କବି ସୁଶାନ୍ତ କୁମାର ନାଏକ l ସହରର ବିଶିଷ୍ଟ କବି, ଶିକ୍ଷୟିତ୍ରୀ ଅଭିନେତ୍ରୀ ଏବଂ ଗୀତିକାର ଯଥା :- କନକଲତା ମିଶ୍ର, ସଙ୍ଗୀତl ଦାସ, ରୀନାରାଣୀ ସ୍ୱାଇଁ, ସସ୍ମିତା ବେହୁରା, ପୁଷ୍ପା ମିଶ୍ର, ମୃତ୍ୟୁଞ୍ଜୟ ବlସା ଏବଂ ସସ୍ମିତା ପ୍ରଧାନ  କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ଆୟୋଜକ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା  ସମସ୍ତ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥିଭାବେ ଆର୍‌ଏସପିର ମହାପ୍ରବନ୍ଧକ  ରାଜୀବ କୁମାର ଏବଂ ସୁନାମଧନ୍ୟ ସଙ୍ଗୀତ ଓ ନାଟ୍ୟ ବ୍ୟକ୍ତିତ୍ୱ ଶରତ ଚନ୍ଦ୍ର ଧଳ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ।

ଏହା ସହିତସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ  ସ୍ବସ୍ତି ଇଞ୍ଜିନିଅରିଙ୍ଗସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୋପୀନାଥ ପଟ୍ଟନାୟକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶତପଥୀ -ସଭାପତି ଆଦର୍ଶପାଠାଗାର ଓ ଭଞ୍ଜ ସାଂସ୍କୃତିକ କଳା ପରିଷଦ), କୁଞ୍ଜ ବିହାରୀ ରାଉତ -ବରିଷ୍ଠ ସାମ୍ବାଦିକ ଏବଂ କବି, ସୁଶ୍ରୀ ନଳିନୀ ପ୍ରଭା ଦାସ- ଚଳଚିତ୍ର ଓ ଆକାଶବାଣୀ ଗୀତିକାର), ବି ବୁଦ୍ଧ ପ୍ରସାଦ ରାଓ- ସଙ୍ଗୀତଜ୍ଞ ଏବଂ ଚଳଚିତ୍ର କଣ୍ଠ ଶିଳ୍ପୀ ଏବଂ ଅନିତା ପୂର୍ତ୍ତି -ସରପଞ୍ଚ, ଟେନ୍ସl ଗ୍ରାମ ପଞ୍ଚାୟତ। ପ୍ରାରମ୍ଭ ରେ ସ୍ୱାଗତ ସଙ୍ଗୀତ ଗାୟନ କରିଥିଲେ ବିଶିଷ୍ଟ ସଙ୍ଗୀତଜ୍ଞ ପୁଲିନ ଚନ୍ଦ୍ର ରାଉତରାୟ ଏବଂ ତାଙ୍କ ସାଥୀ l

Leave a Reply

Your email address will not be published. Required fields are marked *

error: Content is protected !!