Skip to content
ଗତ ମଇ ମାସରୁ ମଣିପୁର ରାଜ୍ୟରେ ହିଂସା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ଏହି ହିଂସା ସମୟରେ ମହିଳାମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ସାରା ଦେଶରେ ବିରୋଧାଭାବ ପ୍ରଦର୍ଶନ ଚାଲିଛି। ଏହି କ୍ରମରେ ମଣିପୁର ହିଂସା ଓ ଏହି ହିଂସାରେ ମହିଳାମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ରାଉରକେଲା ସହରର ବିଭିନ୍ନ ସମାଜସେବୀମାନେ ମହମବତୀ ଜଳାଇ ସମବେଦନା ଜ୍ଞାପନ କରିଛନ୍ତି। ଛେଣ୍ଡ୍ କଲୋନୀର କଳିଙ୍ଗ ବିହାର ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକ ଛକ ନିକଟରେ ହୋଇଥିବା ଏହି କାର୍ଯ୍ୟକ୍ରମ ବରିଷ୍ଠ ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା।
Post Views: 258
error: Content is protected !!