ଦୁର୍ଗାପୁର ପାହଡ଼ ବସ୍ତିବାସୀଙ୍କ ଦ୍ବାରା ପାଣି ସମସ୍ୟାକୁ ନେଇ ନେସନ ଫାଷ୍ଟ ଟିଭିକୁ ସାଧୁବାଦ
1 min read
ବାସନ୍ତୀ କଲୋନୀ ଦୁର୍ଗାପୁର ପାହାଡ଼ ବସ୍ତିରେ ଅନେକ ଦିନ ଧରି ପାଣିୟ ଜଳ ସମସ୍ୟା ରହିଥିଲା। ପାନପୋଷ ୱାଟକୋ ଅଧିକାରୀ ତଥା ଏସଡିଓ ସୁବାସ ରାଉତଙ୍କୁ ଭେଟ କରିଲା ପରେ ୧୫ଦିନ ଭିତରେ ପାନୀୟ ଜଳ ଯୋଗାଣ ନିୟମିତ ହୋଇଛି। ପ୍ରଥମେ ଏ ସମ୍ପର୍କରେ ଖବର ନେସନ ଫାଷ୍ଟ ଟିଭିରେ ପ୍ରସାରିତ ହୋଇଥିଲା ଓ ଏହାପରେ ଅନ୍ୟ ଗଣମାଧ୍ୟମରେ ମଧ୍ୟ ଏହା ପ୍ରସାରିତ ହୋଇଥିଲା।ଏହି କ୍ରମରେ ବସ୍ତି ବାସିନ୍ଦାମାନେ ନେସନ ଫାଷ୍ଟ ଟିଭିର ପ୍ରତିଷ୍ଠାତା ସଞ୍ଜୟ ସାହୁଙ୍କ ସମେତ ନେସନ ଫାଷ୍ଟ ଟିଭିକୁ ସାଧୁବାଦ ଜଣାଇଛନ୍ତି। ଏହା ସହିତ ବସ୍ତି ବାସିନ୍ଦାମାନେ ଶ୍ରୀ ରାଉତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।