ମଣିପୁର ହିଂସା, ଓ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣା ପ୍ରତିବାଦରେ ମହିଳା ସଂଗଠନ ର ବିକ୍ଷୋଭ

1 min read
Spread the love

ମଣିପୁରରେ ଅଢେ଼ଇ ମାସରୁ ଉର୍ଦ୍ଧ୍ବ ସମୟ ଧରି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରର ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗରେ ଚାଲିଥିବା ଜାତିଦଙ୍ଗା, ନର ସଂହାର ବର୍ବର ତାର ସୀମା ଲଙ୍ଘନ କରିଛି।  ଦୀର୍ଘଦିନ ବିତିଯାଇଥିଲେ ହେଁ କେବଳ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିନାହାନ୍ତି, ଅତ୍ୟନ୍ତ ପରିତାପର ବିଷୟ ଜାତୀୟ ମହିଳା କମିଶନ ମଧ୍ୟ ଅପରାଧୀ ସୁଲଭ ନୀରବତା ଅବଲମ୍ବନ କରିଛି। ଏହି ଜଘନ୍ୟ ଘଟଣାକୁ ଘଣ୍ଟ ଘୋଡେଇବାପାଇଁ ବିଜେପି ସରକାରର ପୋଲିସ ପ୍ରଶାସନର ହୀନ ଉଦ୍ୟମକୁ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏ ଆଇ ଏମ ଏସ୍ ଏସ୍) ର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି ତୀବ୍ର ନିନ୍ଦା କରିଛନ୍ତି।  ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବିଶ୍ରା ଛକ ଠାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଛବି ମହାନ୍ତି ସଭାପତିତ୍ୱ କରି ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏ ଆଇ ଏମ ଏସ୍ ଏସ୍ ର ଜିଲ୍ଲା ସଭାନେତ୍ରୀ ଲିଓନି ତିର୍କୀ, ସମ୍ପାଦିକା ବିଦ୍ୟୁତ ମହନ୍ତ, ଲିଲି ମହାନ୍ତି, ଗୀତାଞ୍ଜଳୀ ମହାନ୍ତି, କବିତା ମହାନ୍ତି, ପ୍ରତିଭା ଦଣ୍ଡପାଟ, ଅସୀମା ବେହେରା, ମହିଳା ସଙ୍ଗଠିକା ତାରିଣୀ ସେଠୀ, ରେଖା କୋଠରୀ, ଭଗବତୀ ବିଶ୍ୱାଳ, ଜୟନ୍ତୀ ସାହୁ, ସୀତା ସାହୁ, ଡି ଏସ୍ ଓ ର ବିରେନ ନାଏକ, ସଂଗ୍ରାମ ପରିଡ଼ା ଡି ୱାଇ ଓ ର ଶେଖ ଇସଲାମଙ୍କ ସମେତ ଶତାଧିକ ମହିଳା ଓ ଶ୍ରମିକ, ବୁଦ୍ଧିଜୀବୀ ଏହି ପ୍ରତିବାଦ ବିକ୍ଷୋଭରେ ଯୋଗଦେଇ ବିଜେପି ସରକାରର ଏହି ଘୃଣ୍ୟ ରାଜନୀତିକୁ ତୀବ୍ର ନିନ୍ଦା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!