Skip to content
ଢେଙ୍କାନାଳର ଗୋପବନ୍ଧୁ ଟାଉଲ ଠାରୁ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଦୀର୍ଘ ୧୦ବର୍ଷ ହେବ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କର ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଶିକ୍ଷା ଅଧିକାରୀଙ୍କ ମଧ୍ୟମରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ୮ଟି ବ୍ଲକ୍ର ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷାକର୍ମଚାରୀ ସେମାନଙ୍କର ପ୍ରାୟତଃ ୩୦ବର୍ଷର ଶିକ୍ଷାଦାନ ଦକ୍ଷ ଶିକ୍ଷାୟତନରେ ସେବା ପ୍ରଦାନ ସହ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକାର ଜାତୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସରକାରଙ୍କର ବିଭିନ୍ନ ପ୍ରକାର ଜନହୀତକର ଯୋଜନା ଯଥା- ବିଜୁ ସ୍ବାସ୍ଥ୍ୟ , ମଧୁବାବୁ ପେନସନ, ରାସନ କାର୍ଡ ପରି ଯୋଜନା ଏ ବର୍ଗର ଶିକ୍ଷକ ଗେଷ୍ଠୀ ପାଇଁ ସାତ ସପନ। ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏହି ବର୍ଗର ଶିକ୍ଷକ ସଂପ୍ରଦାୟ ନିର୍ମିତ ପେନ୍ସନ୍ ସହ ଚାକିରୀ ସର୍ତ୍ତାବଳୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ବିଭିନ୍ନ ସମୟରେ ‘‘ସମୟ ମହଲତ’ ନେଇ ଚାଲିଛନ୍ତି। ଏହି କ୍ରମରେ ଶିକ୍ଷକମାନେ ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାର ଆସନ୍ତ ମୈସୁମୀ ଅଧିବେଶନ ପୂର୍ବରୁ ଏହି ସମସ୍ୟାର ଆଶୁ ସମାଧାନ ନ କରନ୍ତି ତେବେ ଶିକ୍ଷକ, ଶିକ୍ଷା କର୍ମଚାରୀ ନିଜନିଜ ପରିବାରଙ୍କୁ ନେଇ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା, ଆମରଣ ଅନଶନ ସହ ଆତ୍ମହୁତି ଦେବାକୁ ଚରମ ନିଷ୍ପତି ଗ୍ରହଣ କରିଛନ୍ତି।
ଏହି ପ୍ରତିବାଦ ସଭାରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲେ। ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଢେଙ୍କାନାଳ ଶାଖାର ସଂପାଦକ ବିପ୍ରବର ସାହୁ, ରାଜ୍ୟ ଆବାହକ ସଂଞ୍ଜୟ କୁମାର ହୋତା, ସଭାପତି ଅମରେନ୍ଦ୍ର ନାଥ ନନ୍ଦ, ସଂପାଦକ ବିନୋଦ କୁମାର ସାହୁ, ଉପସଭାପତି ରୂପମଞ୍ଜରୀ ପଟ୍ଟନାୟକ, ସହ-ସମ୍ପାଦକ ଅଜୟ କୁମାର ଦାଶ, ଜିଲ୍ଲା ଆବାହକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟତା ଦର୍ଶାଇଥିଲେ। ଜିଲ୍ଲାପାଳ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଶେଷରେ ଉପସଭାପତି ରୂପମଞ୍ଜରୀ ପଟ୍ଟନାୟକଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।
Post Views: 140
error: Content is protected !!