ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ରେଳ ସୁରକ୍ଷା ବଳ ସହଯୋଗରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

1 min read
Spread the love

ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ରେଳ ସୁରକ୍ଷା ବଳ ସହଯୋଗରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗର ମୋବାଇଲ୍‌ ୟୁନିଟର ସବ୍‌ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦୁଇଜଣ ଯୁବକ ରେଳ ଯୋଗେ ଗଞ୍ଜେଇ ଆଣୁଥିବା ସୂଚନା ପାଇ ସେମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ଧରି ପଚରାଉଚୁରା କରାଯାଇଥିଲା।

ରେଳ ସୁରକ୍ଷା ବଳ ସହଯୋଗରେ ରେଳ ଷ୍ଟେସନ ନିକଟରେ ଥିବା ହନୁମାନ ମନ୍ଦିର ପାଖରୁ ମନିଶ କୁମାର ଓ ଅନିଲ କୁମାରଙ୍କୁ ଧରି ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ସମୟରେ ଦୁଇ ଯୁବକଙ୍କୁ ନିକଟରୁ ୧୨କିଲୋ ୧୫୦ ଗ୍ରାମ୍‌ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଗଞ୍ଜେଇ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରୁ ଅଣାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯିବାର ଯୋଜନା ରହିଥିଲା ଗଞ୍ଜେଇ ଚାଲାଣରେ ଜଡ଼ିତ ଦୁଇ ଯୁବକ ବିହାର ରାଜ୍ୟର ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!