ଆମ ଜଙ୍ଗଲ ଯୋଜନାର ରାଜ୍ୟ ଉପଦେଷ୍ଟା ଏବଂ ରାଜ୍ୟ ପ୍ରକଳ୍ପ ପରିଚାଳକଙ୍କର ରାଉରକେଲା ବନଖଣ୍ଡ ପରିଦର୍ଶନ
1 min read
ରାଜ୍ୟ ସରକାରଙ୍କର ତରଫରୁ ରାଉରକେଲା ବନବିଭାଗ ଅଧୀନରେ ହେଉଥିବା ଆମ ଜଙ୍ଗଲ ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହି କ୍ରମରେ ଗୁରୁବାର ଦିନ ଆମ ଜଙ୍ଗଲ ଯୋଜନାର ରାଜ୍ୟ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ଏବଂ ରାଜ୍ୟ ପ୍ରକଳ୍ପ ପରିଚାଳକ ବିଜୟରାମ ସେନାପତି ରାଉରକେଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି। ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ଏବଂ ବିଶ୍ରା ବନାଞ୍ଚଳ ରେ ଚାଲୁଥିବା ଯୋଜନାଗୁଡିକୁ ତଦାରଖ କରିଥିଲେ। ରାଉରକେଲା ଡ଼ିଏଫଓ ଯଶବନ୍ତ ସେଠି, ଏସିଏଫ ସାଲବୀନ୍ଦ୍ର ସିଂ, କୁଆଁରମୁଣ୍ଡା ରେଞ୍ଜର ପଞ୍ଚନାରାୟଣ ସରାଫ, ବିଶ୍ରା ରେଞ୍ଜର ମାଣିକେଶରୀ ହାଂସଦାଙ୍କ ସମେତ ଶ୍ୟାମ ସୁନ୍ଦର ରାଉତ, ସହଯୋଗୀ ଅନୁଷ୍ଠାନ ଏସ. ଜି. ୟୁ. ପି.ର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଯୋଜନା ଉପଦେଷ୍ଟାଙ୍କୁ ବନ ସଂରକ୍ଷଣ ସମିତି ଅଧୀନରେ ଚାଲିଥିବା ରୋଜଗାର ବୃଦ୍ଧି, ଦକ୍ଷତା ବିକାଶ ତାଲିମ, ଜୀବନ ଜୀବିକା, ମୃତିକା ସଂରକ୍ଷଣ, ଜଙ୍ଗଲ ପୁନରୁଦ୍ଧାର, କାର୍ଯ୍ୟକ୍ରମ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଉର୍ନୟନ ମୂଳକ କାର୍ଯ୍ୟ ଗୁଡିକ ଯଥା କାଳିଆ ଯୋଜନା, ମୋ ଘର ଯୋଜନା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ ସେବା ପାଇଁ ଥିବା ନିରାମୟ ଯୋଜନା, ମା ଓ ଶିଶୁ ଙ୍କ ପାଇଁ ଥିବା ମମତା ଯୋଜନା, ବିନା ଖର୍ଚ୍ଚ ରେ ଡାଏଲିସିସ ଥିବା ସହାୟ ଯୋଜନା, ମିଶନ ଶକ୍ତି ମହିଳାଙ୍କୁ ବିନା ସୁଦ୍ଧ ରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା, ଚାଷୀଙ୍କୁ ମାଗଣା ରେ ଫସଲ ବୀମା ଯୋଜନା, ଜନଜାତି ସଂସ୍କୃତି ର ସୁରକ୍ଷା ପାଇଁ ଯୋଜନା,ମାଛ ଚାଷ, ବସୁଧା ପାନୀୟ ଜଳ ଯୋଗାଣ, ଗମନା ଗମନର ସୁବିଧା, ବିଭିନ୍ନ ଭତ୍ତା ପ୍ରଦାନ ଇତ୍ୟାଦି ଯୋଜନା ଗୁଡିକ କେମିତି ବନ ସୁରକ୍ଷା ସମିତି ଓ ବିଭିନ୍ନ ବିଭାଗର ସହଯୋଗରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ସମ୍ପର୍କରେ ଉପସ୍ଥିତ ଥିବା ବିଭିନ୍ନ ଗୋଷ୍ଟି କର୍ମକର୍ତା ଙ୍କ ସହିତ ବିସ୍ତୃତଭାବେ ଆଲୋଚନା କରିଥିଲେ।