ରାଉରକେଲାରେ ଆକ୍ସିସ୍‌ ବ୍ୟାଙ୍କ୍‌ର ୨୦୩ତମ ଶାଖା ଉଦ୍‌ଘାଟିତ

1 min read
Spread the love

ଦେଶର ତୃତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ୍‌ ଆକ୍ସିସ ବ୍ୟାଙ୍କ୍‌ର ଓଡ଼ିଶାର ୨୦୩ତମ ଶାଖା ଏବଂ ରାଉରକେଲା ସହରର ପଞ୍ଚମ ଶାଖା ଛେଣ୍ଡ୍‌ କଲୋନୀ ମୁଖ୍ୟ ରାସ୍ତାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଶାଖାକୁ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ସମେତ ଶାଖା ବ୍ୟାଙ୍କିଙ୍ଗ କ୍ଲଷ୍ଟର ମୁଖ୍ୟ ସଞ୍ଜୟ କୁମାର ଦାସ ଏବଂ ଆକ୍ସିସ ବ୍ୟାଙ୍କର ସର୍କଲ ହେଡ ସୋମଦୀପ ଚନ୍ଦ୍ର ଉଦଘାଟନ କରିଥିଲେ।

ଏହା ସହିତ ନୂତନ ଶାଖାର ଶାଖା ପରିଚାଳକ ସଞ୍ଜୟ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ। ଗ୍ରାହକଙ୍କ ନିକଟରେ ପହଞ୍ଚିବା ଏବଂ ଡିଜିଟାଲ୍ ଅଫର୍ ସହିତ ସେମାନଙ୍କୁ ସଶକ୍ତ କରିବା ଏବଂ ଆକ୍ସି ପେ, ଆକ୍ସିସ୍ ମୋବାଇଲ୍ ଆପ୍ଲିକେସନ୍ ଇତ୍ୟାଦି ମାଧ୍ୟମରେ ସେବାକୁ ସୁଗମ କରିବା ପାଇଁ ଏହି ନୂତନ ଶାଖା କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି। ରଉରକେଲା ସହରର ଏକ ବୃହତ୍ତମ କଲୋନୀଭାବେ ପରିଚିତ ଛେଣ୍ଡ୍‌କଲୋନୀରେ ପ୍ରଥମ ଥର ପାଇଁ ଆକ୍ସିସ ବ୍ୟାଙ୍କ୍‌ର ଏକ ଶାଖା ଖୋଲିଥିବାରୁ ଏହାର ସୁବିଧା ଓ ସୁଯୋଗ ସ୍ଥାନୀୟ ଲୋକେ ନେବା ପାଇଁ ବ୍ୟାଙ୍କ୍‌ର ଅଧିକାରୀମାନେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!