ବନ୍ଧମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ଏକ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ

1 min read
Spread the love

ଶୁକ୍ରବାର ଦିନ ବନ୍ଧମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ଏକ ବିଦ୍ୟାଳୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ  ସ୍ୱାସ୍ଥ୍ୟ ପରାମର୍ଶଦାତା ରଞ୍ଜିତ ଭଦ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଶ୍ରୀ ଭଦ୍ର ଶିଶୁ ଏବଂ ଚିକିତ୍ସା ବିଷୟରେ କହିଥିଲେ।

ବର୍ଷା ଦିନରେ ବିଶେଷ ଧ୍ୟାନ ନ ଦେଲେ ଶରୀରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ ।  ତେଣୁ ଘରର ପ୍ରାଙ୍ଗଣ, ଡ୍ରେନ୍ ଇତ୍ୟାଦି ସଫା ରଖନ୍ତୁ ବୋଲି ଶ୍ରୀ ଭଦ୍ର କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିଲାମାନଙ୍କର ସମ୍ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷକ ତଥା ଅଭିଭାବକମାନେ ମଧ୍ୟ ଚେଷ୍ଟା କରିବାକୁ ପଡିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଭା ମହାନ୍ତି, ଦ୍ରୌପଦି ମାହାତୋ, ରୀତା ମାହାତୋ, ଜଶୋଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!