ଇଏସଆଇ ଡାକ୍ତରଖାନାର ସର୍ବାଙ୍ଗୀଣ ଉନ୍ନତି ଶୀଘ୍ର କରାଯିବ – ଶ୍ରମ ମନ୍ତ୍ରୀ
1 min read
ରାଉରକେଲା ଏବଂ ରାଜଗାଙ୍ଗ ପୁରରେ ରହିଥିବା ଶ୍ରମିକ ମାନଙ୍କ ଚିକିତ୍ସା ପାଇଁ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟ ଯଥା- ରାଜଗାଙ୍ଗପୁର, କାଂଶବାହଲ,କୋଲୁଙ୍ଗା, କୁଂଆରମୁଣ୍ଡା, ଝାଡତରଙ୍ଗ,ବେଦବ୍ୟାସ, ମଡେଲ ହସ୍ପିଟାଲ – ରାଉରକେଲା, ସିଆଇଏସଏଫ କଲୋନୀ ଏବଂ ଏଫସିଆଇ ବାଲିଝୁଡି ଚିକିତ୍ସାଳୟଗୁଡ଼ିକୁ ରାଜ୍ୟ ଶ୍ରମ ଓ ଇଏସଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମାରଥନ ଗସ୍ତ କରିଥିଲେ। ଏହି ଚିକିତ୍ସାଳୟରେ ଥିବା ସମସ୍ତ ପ୍ରକାର ଅସୁବିଧା ସହିତ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ,ଆଦିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ କମିଟିରେ ପାର୍ଥ ସାରଥି ପଣ୍ଡା ଆଞ୍ଚଳିକ ନିର୍ଦ୍ଦେଶକ, ଅଶୋକ କୁମାର ପଣ୍ଡା ନିର୍ଦ୍ଦେଶକ ଇଏସ୍ଆଇ ସ୍କିମ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଗସ୍ତ କରି ସମସ୍ତ ହସ୍ପିଟାଲ୍ର ସ୍ଥିତି ବୁଲି ଦେଖିଥିଲେ। ମଡେଲ ହସପିଟାଲରେ ମନ୍ତ୍ରୀ ଏବଂ ପଦସ୍ଥ ଅଧିକାରୀ, ଡାକ୍ତର ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟ ଆଲୋଚନା ହୋଇଥିଲା। ଏହାପରେ ମନ୍ତ୍ରୀ ଶ୍ରୀ ନାୟକ ଅତିଶୀଘ୍ର ସମସ୍ତପ୍ରକର ଅସୁବିଧା ଦୂରକରିବା ପାଇଂ ପଦଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହାସହିତ ମଡେଲ ହସ୍ପିଟାଲର ବିଭିନ୍ନ କୋଠରୀ ଓ ଭିତ୍ତିଭୂମି ଅତିଶୀଘ୍ର ମରାମତି ହେବା ସଙ୍ଗେ ସଙ୍ଗେ ଏଥିରେ ଥିବା ଶଯ୍ୟା ସଂଖ୍ୟା ୫୦ରୁ ୧୫୦ ବୃଦ୍ଧି କରିବାପାଇଂ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ପୌରାଧ୍ୟକ୍ଷା ମାଧୁରୀ ଲୁଗୁନଙ୍କ ସମେତ ଏମଡ଼ି ଇରଫାନ,ରାଜେନ୍ଦ୍ର କୁମାର ଲେଙ୍କା,ରଜୁ ମହାନ୍ତି,ସଞ୍ଜୟ ବିନୋଦ,ସୁଭଦ୍ରା ଷଡଙ୍ଗୀ, ଲାଠିକଟା ବ୍ଲକ୍ ଅଧ୍ୟକ୍ଷ ଦିଲୀପ ଖେସ, ମାନସ ମହାନ୍ତି,ଛୋଟା ବାବୁ,ନାଜିମ ଅଖତର,ଭୁବନ କୁଜୁର, ଜୟନ୍ତ କୁମାର ମିଶ୍ର,ରାଜେଦ୍ର କୁଜୁର,ସୁଦାମ ଚନ୍ଦ୍ର ଦାଶ,କନ୍ଦୁରା ମହାନ୍ତି,ରଞ୍ଜନ ନାୟକ,ରାମ ମୋହନ ନାୟକ, ଅମର ମହାନ୍ତି, ବିକାଶ ପାତ୍ର,ପିଙ୍କୁ ଜୟସ୍ୱାଲ, ଦିଗମ୍ବର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।