ବରସୁଆଁ ଲୌହ ଖଣି ଦ୍ଵାରା ବଣେଇ ବିଜୁ ପାର୍କ ଠାରେ ଆକର୍ଷଣୀୟ ସେଲଫି ପଏଣ୍ଟ ସ୍ଥାପିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ଓଡିଶା ଗୃପ ଅଫ ମାଇନ୍ସ ଅଧିନସ୍ଥ ବରସୁଆଁ ଲୌହ ଖଣି ଦ୍ଵାରା ବଣେଇ ସ୍ଥିତ ବିଜୁ ପାର୍କରେ ସିଏସଆର ପଦକ୍ଷେପ ଅନ୍ତର୍ଗତ ସ୍ଥାପିତ ଏକ ସେଲଫି ପଏଣ୍ଟକୁ ବଣେଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଉଦଘାଟନ କରିଥିଲେ। ଏହି ଅବସରରେ  ବଣାଇ ବିଡ଼ିଓ ସୁଦୀପ କୁମାର ଟପ୍ପୋ, ତହସିଲଦାର ହାବିଲ ଖାଖା, ଏସଡ଼ିପିଓ ସ୍ଵରାଜ କୁମାର ଦେବତା, ସ୍ଥାନୀୟ ସରପଞ୍ଚ ନମିତା ନାଗ, କୋଇଡା ଖଣି ବିଭାଗର ଉପନିର୍ଦ୍ଦେଶକ ଅସିତ କୁମାର ବେହେରା, ବରସୁଆଁ ଓ ଟେନ୍‌ସା ଲୌହାଖଣିର ଭାରପ୍ରାପ୍ତ ମହାପ୍ରବନ୍ଧକ ତିଳକ ପଟ୍ଟନାୟକ, ବଣେଇ ଉପଖଣ୍ଡ ଏବଂ ବରସୁଆଁ ଲୌହ ଖଣିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୂତନ ଭାବେ ନିର୍ମିତ ସେଲଫି ପଏଣ୍ଟ ବିଜୁ ପାର୍କରେ ସ୍ପନ୍ଦନ ଏବଂ ଆନନ୍ଦ ଯୋଡିଛି, ଯାହା ସ୍ଥାନୀୟ ବାସିନ୍ଦା ତଥା ପରିଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି। ଏହି ଚିତ୍ତାକର୍ଷକ ସ୍ଥାନ ଜନସାଧାରଣଙ୍କର କୁଶଳତା ଏବଂ ଆନନ୍ଦପ୍ରମୋଦ ପାଇଁ ବରସୁଆଁ ଲୌହ ଖଣିର ଉତ୍ସର୍ଗୀକୃତ ପ୍ରତୀକ ରୂପେ ପ୍ରତୀୟମାନ ରହିଛି ଯାହା ଏହି ମନୋରମ ସାରଣୀରେ ସ୍ମରଣୀୟ ମୂହୁର୍ତ୍ତଗୁଡ଼ିକୁ ତୋଳିଧରିବାକୁ ଓ ସହଭାଗୀ କରିବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରୁଛି ।

ଆର‌ଏସ୍‌ପି  ବରସୁଆଁ ଖଣି  ସିଏସଆର ବିଭାଗର ସହକାରୀ ପରିଚାଳକ ଅମିୟ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!