ଆର୍ଜିଏଚ୍ର ସ୍ୱତନ୍ତ୍ର ନବଜାତ ଶିଶୁ ୟୁନିଟ ଚିକିତ୍ସାଳୟର ଡକ୍ତରମାନଙ୍କ ଦ୍ୱାରା ଜଟିଳ ଚିକିତ୍ସା ପଦ୍ଧତି ଦ୍ୱାରା ନବଜାତକର ଚିକିତ୍ସା : ଉଭୟେ ମା’ ଓ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଲେ
1 min read
ରାଉରକେଲା ସରକାରୀ ହସ୍ପିଟାଲ-ଆର୍ଜିଏଚ୍ ପରିସରରେ ଥିବା ନବଜାତ ଶିଶୁ ୟୁନିଟ ଚିକିତ୍ସାଳୟର ଡକ୍ତରମାନଙ୍କ ଦ୍ୱାରା ଜଟିଳ ଚିକିତ୍ସା ପଦ୍ଧତି ଦ୍ୱାରା ଏକ ନବଜାତକର ଚିକିତ୍ସା କରାଯାଇଛି। ସୂଚନା ମୁତାବକ ଝାଡ଼ଖଣ୍ଡରୁ ଜଣେ ମହିଳା ଲଳିତା କେର୍କେଟା ଆର୍ଜିଏଚ୍ରେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ଚଳିତ ମାସ ୨ ତାରିଖରେ ତାଙ୍କର ୨କିଲୋ ୭ଶହ ଗ୍ରାମ୍ ଓଜନର ଏକ ଶିଶୁ ଜନ୍ମ ହୋଇଥିଲା। କିନ୍ତୁ ଡାକ୍ତରୀ ପଦ୍ଧତି ମୁତାବକ ସମସ୍ତ ବ୍ୟବସ୍ଥା ଅନୁଯାୟୀ ଶିଶୁଟି ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ହୋଇଥିଲେ ମଧ୍ୟ ଜନ୍ମ ହେବାର ୪ମିନିଟ ପରେ ଶିଶୁଟି କାନ୍ଦିଥିଲା। ଏହାକୁ ନେଇ ଡାକ୍ତରମାନେ ଚିନ୍ତାରେ ପଡ଼ିଥିଲେ। ପରେ ନବଜାତ ଶିଶୁ ୟୁନିଟ ଚିକିତ୍ସାଳୟର ଡକ୍ତରମାନଙ୍କର ଏକ ଦଳ ଶିଶୁଟିର ସ୍ୱତନ୍ତ୍ର ଚିକିତ୍ସା କରିଥିଲେ। କାରଣ ଶିଶୁଟିଏ ଜନ୍ମ ହେବା ମାତ୍ରେ ନ କାନ୍ଦିଲେ ଶିଶୁର ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଥିବା ସନ୍ଦେହ ହୋଇଥାଏ।

ଏହି କ୍ରମରେ ବିଭିନ୍ନ ଜଟିଳ ଚିକିତ୍ସା ପଦ୍ଧତି ସହାୟତାରେ ଶିଶୁଟିର ଚିକିତ୍ସା କରାଯାଇଥିଲା। ଶେଷରେ ଗୁରୁବାର ଦିନ ଶିଶୁ ଓ ମା’ ଦୁଇଜଣଙ୍କୁ ହସ୍ପିଟାଲ୍ରୁ ଛଡ଼ାଯାଇଛି। ଏହି ସମୟରେ ଉଭୟେ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଜଟିଳ ଚିକିତ୍ସା ବ୍ୟବସ୍ଥାରେ ହସ୍ପିଟାଲ୍ର ଡାକ୍ତର ସ୍ମିତା ପ୍ରଧାନ, ଡାକ୍ତର ପି କେ ପାତ୍ର, ଡାକ୍ତର ସ୍ୱେତା ମଲ୍ଲ ଏବଂ ଡାକ୍ତର ଅର୍ଣ୍ଣବ ଚକ୍ରବର୍ତ୍ତୀଙ୍କ ସମେତ ଡାକ୍ତର ପ୍ରିୟା କୁଜୁର ସମ୍ପୃକ୍ତ ଥିଲେ। ନବଜାତକର ମା’ ଙ୍କୁ କେତେକ ନିର୍ଦ୍ଦିଷ୍ଟ ଔଷଧ ଓ ଭିଟାମିନ ସେବନ ନିୟମିତ କରିବା ସହିତ ଅନ୍ୟ କେତେକ ବ୍ୟବସ୍ଥା ନିୟମିତ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି।