ରାଉରକେଲା ବନଖଣ୍ଡ ଓ ବିପିୟୁଟି ମିଳିତ ସହଯୋଗରେ ବନ ମହୋତ୍ସବ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରରେ ଥିବା ବିପିୟୁଟି ପରିସରରେ ପାନପୋଷ ଆଦର୍ଶ ବନାଞ୍ଚଳ ଓ ରାଉରକେଲା ବନଖଣ୍ଡ ଏବଂ ବିପିୟୁଟି ସହଯୋଗରେ ବନମହୋତ୍ସବ ପାଳନ ହୋଇଛି। ଏହି ଉପଲକ୍ଷେ ବିପିୟୁଟି ପରିସରରେ ପ୍ରାୟ ଏକହଜାର ବିଭିନ୍ନ ବୃକ୍ଷଚାରା ରୋପଣ କରାଯାଇଛି। ଏଥିପାଇଁ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆସନ୍ତା ଦିନମାନଙ୍କରେ ଜାରି ରହିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଏହା ସହିତ ବିପିୟୁଟି ପରିସରରେ ପ୍ରାୟ ୫ହଜାର ବୃକ୍ଷଚାରା ରୋପଣ କରାଯିବାର ଯୋଜନା ଥିବା କହିଛନ୍ତି ଶ୍ରୀ ସେଠୀ।