ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଦ୍ରବ୍ୟ ଓ ସେବା କର ସମ୍ପର୍କୀତ ସ୍ୱତନ୍ତ୍ର ଆଲୋଚନା ଚକ୍ର ଆୟୋଜିତ
1 min read
ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଦ୍ରବ୍ୟ ଓ ସେବା କର-ଜିଏସ୍ଟି ସମ୍ପର୍କୀତ ସ୍ୱତନ୍ତ୍ର ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ସଂଘ କାର୍ଯ୍ୟାଳୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନିକଟରେ ଜିଏସ୍ଟି ସମ୍ପରିତ ବିଭିନ୍ନ ସଂଶୋଧିତ ନିୟମ ଓ ଏ ସମ୍ପର୍କୀତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସଂଘର ସଭାପତି ସୁନୀଲ କାୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ରାଜ୍ୟ ଜିଏସ୍ଟି କାର୍ଯ୍ୟାଳୟର ଅତିରିକ୍ତ କମିଶନର ଅନନ୍ତ ଚରଣ ମଲିକ ଯୋଗଦେଇଥିଲେ। ଏହା ସହିତ ଯୁଗ୍ମ ଆୟୁକ୍ତ ଭିନ୍ସେଣ୍ଟ ମିଞ୍ଜ ଓ ବସନ୍ତ କୁମାର କରକୋରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ ବଣିକ ସଂଘର ପୂର୍ବତନ ଅଧ୍ୟକ୍ଷ ଗୋପାଳ ବାଗଡିଆ, ବ୍ରିଜମୋହନ ଅଗ୍ରୱାଲ, ଶୁଭ ପଟ୍ଟନାୟକ, ମହେଶ ଜେ ଭଜିର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ସଂଘର ଉପାଧ୍ୟକ୍ଷ ଗୁରୁମିତ ସିଂ ଏବଂ ନରେଶ ଆର୍ଯ୍ୟ, ଅର୍ଥ ସଚିବ ସାନ୍ତୋଶ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ ଅଭୟ ଅଗ୍ରୱାଲ, ପୂର୍ବତନ ବିଷ୍ଣୁ ଦୟାଲ ଅଗ୍ରୱାଲ, ମନୋଜ ଅଗ୍ରୱାଲ ଙ୍କ ସମେତ ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର ସଭାପତି ରାମ କୃଷ୍ଣ ମିଶ୍ର, ସଚିବ ଚଞ୍ଚଲ କେଡିଆ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ପ୍ରଶାସନିକ ସଚିବ ଶୁଭମ କାପୁର ସଂଯୋଜନା କରିଥିଲେ। ଏଥିରେ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।