ସିପିଆଇଏମ୍‌  ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ବିଦ୍ୟୁତ ସେବା ସମ୍ପର୍କୀତ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ

1 min read
Spread the love

ବାମପନ୍ଥୀ ଦଳ ସିପିଆଇଏମ୍‌ ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ବିଦ୍ୟୁତ ସେବା ସମ୍ପର୍କୀତ ସମସ୍ୟାକୁ ନେଇ ରାଉରକେଲା ସହରର ଉଦିତ ନଗର ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଉରକେଲା ଆଞ୍ଚଳିକ କମିଟିର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଦ୍ୟୁତ ଯୋଗାଣ ଓ ସରବରାହ ବ୍ୟବସ୍ଥା ଜନିତ ସମସ୍ୟାକୁ ନେଇ ଟାତା ପାୱାରର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ।

ଏହି ଆଲୋଚନାରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ବିଦ୍ୟୁତ ଶୁକ୍ଳ ଦେୟ ସମ୍ପର୍କୀତ ହିସାବ ବା ବିଲ୍‌ରେ ହେଉଥିବା  ଅନିୟମିତତାକୁ ଠିକ୍‌ କରିବା ସହିତ ୨୦୦ୟୁନିଟ ବିଦ୍ୟୁତ ଦେୟ ଛାଡ଼କରିବା ଆଦି ସମ୍ପର୍କରେ ଦାବି କରାଯାଇଥିଲା। ଏହି ଆଲୋଚନା ଓ ବିକ୍ଷୋଭରେ ରାଉରକେଲା ଆଞ୍ଚଳିକ କମିଟିର ଚନ୍ଦ୍ରଭାନୁ ଦାଶ, ଅଜୟ ଶର୍ମାଙ୍କ ସମେତ ବରିଷ୍ଠ ନେତା ବିମାନ ମାଇତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!