ବିର୍ସା ଛକ ନିକଟସ୍ଥ ଇଏସ୍‌ଆଇ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ ବିକ୍ଷୋଭ  

1 min read
Spread the love

ରାଉରକେଲା ସହରର ହେଉଛି ଶ୍ରମଜୀବୀମାନଙ୍କର ସହର। କାରଣ ଏଠାରେ ବହୁ ସଂଖ୍ୟାରେ ଶ୍ରମିକ ରହିଛନ୍ତି। ଏହିସବୁ ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ବିମା ନିଗମ ବା ଇଏସ୍‌ଆଇର ଅଂଶୀଦାର ଅଟନ୍ତି। ଶ୍ରମିକମାନେ ସେମାନଙ୍କର ମଜୁରୀ ବା ଦରମାର ଏକ ନିର୍ଦ୍ଦିଷ୍ଟ ଅଂଶ ଇଏସ୍‌ଆଇ ସେବା ପାଇବା ନିମନ୍ତେ ଦେଇଥାନ୍ତି। ଏହା ସତ୍ତ୍ୱେ ସୁଦ୍ଧା ଏହି ସହରର ବିର୍ସା ଛକ ନିକଟସ୍ଥ ଇଏସ୍‌ଆଇ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ  ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ହିନ୍ଦ୍‌ ମଜ୍‌ଦୁର ସଭାର ରାଜ୍ୟ ସମ୍ପାଦକ ଓ ଏହାର ସହବନ୍ଧିତ ସୁନ୍ଦରଗଡ଼ ଶିଳ୍ପାଞ୍ଚଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଶ୍ରମିକ ନେତା ଦିଗମ୍ବର ମହାନ୍ତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚିକିତ୍ସାଳୟ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ଅବ୍ୟବସ୍ଥା ବିଶେଷ କରି ଡକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନଥିବା, ଚିକିତ୍ସାଳୟ ଚାଲୁଥିବା ଗୃହର ଦୟନୀୟ ଅବସ୍ଥା, ଆବଶ୍ୟକ ପରିମାଣର ଔଷଧ ଉପଲବ୍ଧି ନେହେବାକୁ ନେଇ ଅଭିଯୋଗ କରିଛନ୍ତି। ଏହା ସହିତ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀଙ୍କୁ ନିକଟକୁ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି।

ଏକ ମଜାଦାର ଘଟଣା କ୍ରମରେ ବର୍ତ୍ତମାନର ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ହେଉଛନ୍ତି ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ। ଏହା ସହିତ ହିନ୍ଦ୍‌ ମଜ୍‌ଦୁର ସଭା ଶ୍ରମିକ ସଙ୍ଗଠନରେ ଥିବା ଏକାଧିକ ବରୀଷ୍ଠ ନେତା ଶାସକ ବିଜୁ ଜନତା ଦଳ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ। ସେହିଭଳି ଶ୍ରୀ ନାୟକ ମନ୍ତ୍ରୀ ହେବାର ପ୍ରାୟ ଦୁଇମାସ ବିତି ସାରିଛି। ଏ ସବୁ ସତ୍ତ୍ୱେ  ହିନ୍ଦ୍‌ ମଜ୍‌ଦୁର ସଭାର ନେତାଙ୍କ ଦ୍ୱାରା ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ଏକ ବିଡ଼ମ୍ବନା ବୋଲି ଚର୍ଚ୍ଚା ହେଉଛି।   

Leave a Reply

Your email address will not be published. Required fields are marked *

error: Content is protected !!