ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା : ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ
1 min read
ରାଉରକେଲା ସହରର ସେକ୍ଟର-୭/୧୭ ଛକ ନିକଟରେ ବୁଧବାର ରାତ୍ର ପ୍ରାୟ ୯ଟା ୧୫ ସମୟରେ ଏକ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ମଦ୍ୟ ପାନ କରି ଜଣେ ବ୍ୟକ୍ତି ଏକ ସ୍କୁଟିରେ ଯାଉଥିବା ସମୟରେ ସେକ୍ଟର-୭/୧୭ ଛକ ନିକଟରେ ଦୁଇ ଜଣ ଚାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲେ । ଏହା ସହିତ ବ୍ୟକ୍ତିଜଣକ ନିଜେ ମଧ୍ୟ ତଳେ ପଡ଼ି ଚେତା ହରାଇଥିଲେ । ଏହି ସମୟରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ସେହି ରାସ୍ତା ଦେଇ ଯାଉଥିଲେ । ଶ୍ରୀ ତରାଇ ଯଥାଶୀଘ୍ର ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଜଣଙ୍କୁ ମାନବିକତା ଆଧାରରେ ଆଇଜିଏଚ୍ ଡାକ୍ତରଖାନା ପଠାଇଥିଲେ । ଏହା ସହିତ ଦୁର୍ଘଟଣାରେ ଆହତ ଦୁଇ ସାଇକେଲ ଚାଳକଙ୍କୁ ମଧ୍ୟ ଡାକ୍ତରଖାନା ପଠାଯାଇଥିଲା । ଏହା ସହିତ ମଦ୍ୟପାନ ନକରି ବେପରୁଆ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନେ ନିୟମ ମାନି ମଦ୍ୟପାନ ନକରି ଗାଡ଼ି ଚଳାଇବା ପାଇଁ ଶ୍ରୀ ତରାଇ ଏହି ଅବସରରେ ପରାମର୍ଶ ଦେଇଛନ୍ତି।