ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ାଉ
1 min read
ନିକଟରେ ଅବକାରୀ ବିଭାଗର ଉପ ନିର୍ଦ୍ଦେଶକ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଚାଲୁଥିବା ବେଆଇନ ଦେଶୀ ମଦ କାରବାର ଉପରେ ଚଢ଼ାଉ ଲରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗର ସେଟେଲାଇଟ ୟୁନିଟ ପକ୍ଷରୁ ବ୍ରହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଗୋଟିଏ ଟିଭିଏସ୍ ଗାଡ଼ିରେ ପାଉଚ ମଦ ନେଇ ଯାଉଥିବା ଭୁଲା ସିଂହ କୁ ଗିରଫ କରାଯାଇଛି। ଏହା ସହିତ ସେ ନେଇ ଯାଉଥିବା ପ୍ରାୟ ୧୦ହଜାର ଟଙ୍କାର ବେଆଇନ ନକଲୀ ଦେଶୀ ମଦ ଓ ଗାଡ଼ିକୁ ଜବତ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗର ଅଧିକାରୀ ଥାମ୍ପା ମାରାଣ୍ଡି ଓ ବି ବି ଲାକ୍ରା ପ୍ରମୁଖ ସାମିଲ ଥିଲେ। ଏହିଭଳି ଧରପଗଡ଼ ଓ ଚଢ଼ାଉ ଆଗକୁ ଜାରି ରହିବ ବୋଲି ସୂଚନା ଦିଆଯାଇଛି।