ସୁନ୍ଦରଗଡ଼ ଜିଲ୍ଲା ମଙ୍ଗସପୁର ଅଞ୍ଚଳରେ ପ୍ରଶାସନ ଭାଙ୍ଗିଲା ଜବରଦଖଲକାରୀଙ୍କ ଘର
1 min read
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ମଙ୍ଗସପୁର ଗ୍ରମର ଆଡକଠାପଡାରେ ଫୁଟବଲ ପଡ଼ିଆ ତିଆରି ହେବାକୁଥିବା ଚିହ୍ନଟ ଜମିରେ ଗତ ଦୁଇ ବର୍ଷ ହେବ ବେଆଇନ ଭାବେ ଜବରଦଖଲ କରି ଜମି ଉପରେ ତିଆରି ହୋଇଥିବା ଘରକୁ ଜେସିବି ଲଗାଇ ପ୍ରଶାସନ ଭାଙ୍ଗି ଦେଇଛି । ଜବରଦଖଲ ଜମି ଉପରେ ତିଆରି ଗୃହକୁ ଉଚ୍ଛେଦ କରିବା ସମୟରେ ଟାଙ୍ଗରପାଲି ତଦସିଲଦାର ସୁରମା ସୋରେନ, ମଙ୍ଗସପୁର ଆର ଆଇ ସଂଯୁକ୍ତା ପଟେଲ, ଏଆରଆଇ ଓ ମସ୍ତି ପୋଲିଶଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲା ପୋଲିସ କର୍ମୀଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଥିଲା। ମଙ୍ଗସପୁର ସରପଞ୍ଚ ଶ୍ରୀମତୀ ମୁଣ୍ଡାଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ ଓ ମହିଳା ଉପସ୍ଥିତ ଥିଲେ।

ପ୍ରାୟ ବର୍ଷ ହେବ ମଙ୍ଗସପୁର ଗ୍ରାମର ବାସିନ୍ଦା ସୁରେନ୍ଦ୍ର ରୋହିଦାଶ ଏହି ଜମିକୁ ଜବରଦଖଲ କରି ଘରତିଆରି କରିଥିଲେ। ଗ୍ରାମବାସୀ ମନା କରି ଆସୁଥିଲେ ମଧ୍ୟ ସେମାନଙ୍କ କଥାକୁ ଭୂକ୍ଷେପ ନ କରି ପ୍ରଶାସନକୁ ବି ଅଣଦେଖା କରିଆସୁଥିଲେ। ୨ ମାସ ପୂର୍ବରୁ ରୋହିଦାଶଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ଘରଭାଙ୍ଗିପାଇଁ ନୋଟିସ । କିନ୍ତୁ ରୋହିଦାଶ ଏଥିରେ ବ୍ୟତିକ୍ରମ କରିବାରୁ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଘରକୁ ପ୍ରଶାସନ ତରଫରୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା ।