ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଥିବା ସମସ୍ୟାର ସମାଧାନ ଦାବି
1 min read
ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରି ସମସ୍ୟା ସହ ବରିଷ୍ଠ ଅଧିକାରୀ ଙ୍କ ଦୁର୍ନୀତି ମାତ୍ରାଧିକ ଭାବେ ବୃଦ୍ଧି ପାଉଛି। ଯଦ୍ୱାରା ଅଧିକାରୀ ,କର୍ମଚାରୀ ଏଠୁ ବଦଳି ହୋଇ ଚାଲିଯିବା ନଜିର ରହିଛି। ମିଳିଥିବା ସୂଚନା ଅଧିକାର ଆଇନ ଅନୁଯାୟୀ ଏହି ଡାକ୍ତରଖାନାରେ କାର୍ଯ୍ୟରତ ଅଧିକାରୀ କିଭଳି ଦୁର୍ନୀତି କରୁଛନ୍ତି ସେ ନେଇ ସୂଚନା ମିଳିଛି। ସୂଚନା ମୁତାବକ ରିନା ଅମାତ ନାମ୍ନୀ ଜଣେ କିରାଣୀ ସରକାରୀ ଘରେ ରହି ଗତ ତା ୦୧-୦୫-୨୦୧୮ ରୁ ରହି ସୁଦ୍ଧା ଭଡ଼ା ଦେଇ ଆସୁ ନ ଥିବା ବେଳେ ସୂଚନା ଅଧିକାର ଆଇନ ଅନୁଯାୟୀ ସୂଚନା ମିଳିଛି ଯେ, ଗତ ୨୦୨୩ ଏପ୍ରିଲ ମାସ ରୁ ୨୯୦ ଟଙ୍କା କଟୁଚି, ହେଲେ ଦୀର୍ଘ ଦିନ ଧରି ଭଡ଼ା ବିଲକୁଲ କଟୁ ନ ଥିବା ଉଲ୍ଲେଖ ରହିଛି । ସେହିପରି ଅଲେଖ ଜେନା ନାମକ ଜଣେ କର୍ମଚାରୀ କ୍ୱାର୍ଟର ରେ ରହୁଥିବା ବେଳେ ମିଳିଥିବା ସୂଚନା ତାଲିକା ରେ ତାଙ୍କ ନାମ ନାହିଁ। ତାଙ୍କ ଘର ଭଡ଼ା କେତେ କଟେ ତାହା ଉଲ୍ଲେଖ ନାହିଁ। ସେହିପରି ବିପିଏମ ଦାୟିତ୍ୱ ରେ ଗତ ଛଅ ବର୍ଷ ଧରି ଡାକ୍ତର ଙ୍କ ବାସ ଭବନ ରେ ରହି ଆସିଥିବା କର୍ମଚାରୀ ସରକାରୀ ଅର୍ଥ ପଇଠ କରା ନ ଯିବା ଜଣାଯାଇଛି ।

ଏହି ଡାକ୍ତରଖାନାର କିଛି ଅଧିକାରୀ ଓ କର୍ମଚାରୀ ଖାମ ଖିଆଲ ମନୋଭାବ ଅର୍ଥ କାରବାର ଆଦି ଅନେକ ଅଭିଯୋଗ ହୋଇ ଆସୁଛି। ସେହିଭଳି ଖୋଲାଖୋଲି ଭାବରେ କିଛି କର୍ମଚାରୀ ଅର୍ଥ କାରବାର କରି ସାଧାରଣ ଙ୍କୁ ହଇରାଣ ହରକତ କରିବା ଲିଖିତ ଅଭିଯୋଗ ହୋଇଛି। ଶୁକ୍ରବାର ରାତି ରେ ଜଣେ ରୋଗୀ ବିଳମ୍ବିତ ରାତିରେ ଆସି ଥିଲେ ଓ ପେଟରୁ ପାଣି ବାହାର କରିବା ପାଇଁ ତାଙ୍କୁ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ ଚାରି ହଜାର ଟଙ୍କା ଦାବି କରି ଦୁଇ ହଜାର ଟଙ୍କା ନେଇ ଥିଲେ। ହେଲ୍ପ ଡେସ୍କ କର୍ମଚାରୀ ବିମଲ୍ ହାତୀ ଓ ଏଟେଡେଣ୍ଟ ଅଜୟ ପଶାୟତ ମିଶି ଟଙ୍କା ଆଦାୟ କରିବା ଓ ସୁଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ସୂଚନା ପତ୍ର ସହ ‘ ଜିବେଦୟା ‘ ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ବଲାଙ୍ଗୀର ଜିଲ୍ଲାପାଳ ତଥା ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ଡାକ ଯୋଗେ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି।