ରାଉରକେଲା କଲେଜ୍ରେ ତମ୍ବାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନା-ଏନ୍ଏସ୍ଏସ୍ ର ସଂଯୁକ୍ତ ଶାଖା ପକ୍ଷରୁ’ତମ୍ବାଖୁ ମୁକ୍ତ ଯୁବା ଅଭିଯାନ: ୨୦୨୩’ ଅବସରରେ ‘ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ତତ୍ତ୍ଵାବଧାନରେ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ନାଥ ଦାସ ମୁଖ୍ୟ ଅତିଥି ଏବଂ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ‘ଯୁବ ସମାଜ ଆଜି ପଥଭ୍ରଷ୍ଟ ହେଉଥିବା ଯୋଗୁଁ ତମ୍ବାଖୁର ବିଷ ବଳୟରୁ ବାହାରି ଆସି ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ରାଷ୍ଟ୍ରୀୟ ତଥା ବୈଶ୍ବିକ ସୁସ୍ଥତା ସହ ଏକ ପରିପୂର୍ଣ୍ଣ ଦିବ୍ୟ ଜୀବନ ପାଇଁ ଯୁବକ ଓ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଡଃ ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏନ୍ଏସ୍ଏସ୍ ସ୍ବେଛାସେବୀମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ବେଚ୍ଛାସେବୀମାନଙ୍କୁ ‘ଶପଥ ପାଠ’ କରାଇଥିଲେ। ଅଧ୍ୟାପକ ପାଟ୍ଟଶାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଏବଂ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ରଶ୍ମିପ୍ରଭା ମଥାନ। ଏ ଅବସରରେ ସ୍ବେଚ୍ଛାସେବୀମାନେ କଲେଜର ପ୍ରମୁଖ ସ୍ଥାନମାନଙ୍କରେ ତମ୍ବାଖୁ ମୁକ୍ତ ପରିସରର ପ୍ରଚାରପତ୍ର ଲଗାଇଥିଲେ। କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅଜୟ ଗୌଡ଼, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ଅଶୋକ କିଷାନ, ପ୍ରକାଶ ମେହେର, ଅନୁ ଧନୱଆର, ବିକାଶ ମାହାତୋ, ରୂପେଶ ଗୋପ, ଐଶ୍ୱର୍ଯ୍ୟା ସାହୁ, ଚନ୍ଦା ବାରିକ, ମମତା କିଷାନ, ଅନିତା ଜଗଦ୍ଦେବ, ନିଲମ୍ ବେଗମ୍, ଅଙ୍କିତା ଶରଣ, ସୌମ୍ୟରଞ୍ଜନ ମହାନ୍ତି, ଲିପ୍ସା ବଳିୟାର ସିଂହ, ସୁଶ୍ରୀରେଖା ବେହେରା, କ୍ରାନ୍ତି ଓରାମ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।