Skip to content
ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପାଇଁ ଖାଡ଼ଖଣ୍ଡର ପାଲକୋଟର ଶିବାଳୟରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଶ୍ରଦ୍ଧାର ସହିତ ମହାଦେବଙ୍କ ଜଳାଭିଷେକ ପାଇଁ ଆସୁଥିବା ଦେଖିବାକୁ ମିଳିଛି। ପାଲକୋଟରେ ଅବସ୍ଥିତ ପ୍ରାଚୀନ ବୁଢ଼ା ମହାଦେବ ମନ୍ଦିରଠାରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ମହାଦେବଙ୍କ ଜଳାଭିଷେକ ନିମନ୍ତେ ମହିଳା ଓ ପୁରୁଷ ଶିବ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ବୋଲ ବମ୍, ଜୟ ଜୟ ଶିବ ଶଙ୍କର ଧ୍ବନିରେ ପାଲକୋଟ ସମେତ ଆଖପାଖ ଅଞ୍ଚଳରେ ଶିବଭକ୍ତମାନଙ୍କ ଗହଳି ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଶ୍ରାବଣର ଦ୍ୱିତୀୟ ସୋମବାରରେ ମଧ୍ୟ ଚଳିତ ବର୍ଷ ଶତାଧିକ ମହିଳା ଏବଂ ପୁରୁଷ ଭକ୍ତ ଓଡ଼ିଶା ସମେତ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରୁ କାଉଡ଼ିଆ ଭାର ନେଇ ପାଲକୋଟରେ ପହଞ୍ଚିଥିଲେ। ପର୍ବତ ଶିଖରରେ ପହଞ୍ଚିଓ ଜଳାଭିଷେକ ସହିତ ପୁଜାର୍ଚ୍ଚନା କରିଥିଲେ।
Post Views: 292
error: Content is protected !!