ରାଉରକେଲା ଇସ୍ପାତ କାରଖାନାର ଦୁଇ ମୁଖ୍ୟ ମହାପ୍ରବନ୍ଧକ ନିର୍ବାହୀ ନିର୍ଦ୍ଦେଶକ ରୂପେ ପଦୋନ୍ନିତ
1 min read
ରାଉରକେଲା ଇସ୍ପାତ କାରଖାନାର ଦୁଇ ଜଣ ମୁଖ୍ୟ ମହାପ୍ରବନ୍ଧକ ନିର୍ବାହୀ ନିର୍ଦ୍ଦେଶକ ରୂପେ ପଦୋନ୍ନିତ ହୋଇଛନ୍ତି । ସେବା ବିଭାଗର ସିଜିଏମ୍ ଇନ୍-ଚାର୍ଜ ଶ୍ରୀ ଦେବବ୍ରତ ଦତ୍ତ ଇଏମଡ଼ି, କୋଲକତାର ନିର୍ବାହୀ ନିର୍ଦ୍ଦେଶକ ଭାବରେ ପଦୋନ୍ନତି ଲାଭ କରିଥିବା ବେଳେ ବିତ୍ତ ଓ ଲେଖା ବିଭାଗର ସିଜିଏମ୍ ଇନଚାର୍ଜ ଶ୍ରୀ ଏ କେ ବେହୁରିଆ ଆରଏସପିର ବିତ୍ତ ଓ ଲେଖା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଲାଭ କରିଛନ୍ତି ।

ଜୁଲାଇ ୧୫ ତାରିଖରେ ଡ଼ିଆଇସିଙ୍କ ସଚିବାଳୟର ଆଲୋଚନା କକ୍ଷ ଠାରେ ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ ଉଭୟ ପଦୋନ୍ନିତ ବରିଷ୍ଠ ଅଧିକାରୀଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି କେ ସାହୁ , ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା ଉପସ୍ଥିତ ଥିଲେ।

ବୋକାରୋ ଇସ୍ପାତ କାରଖାନାର ସିଜିଏମ ଶ୍ରୀ ଆଲୋକ ବର୍ମା ପଦୋନ୍ନତି ଲାଭ ସହିତ ଆରଏସପିର ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ହୋଇଛନ୍ତି । ଡିଆଇସି ନୂତନ ପଦୋନ୍ନିତ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇବା ସହ କାରଖାନାର ଭବିଷ୍ୟତର କାର୍ଯ୍ୟଯୋଜନା ବିଷୟରେ ଆଲୋଚନା କରିଥିଲେ।