ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

1 min read
Spread the love

‘ସୁସ୍ଥ ଜୀବନ ପାଇଁ ସବୁଜ ସୁନ୍ଦର ପରିବେଶ ଜରୁରୀ’
ବିଭିନ୍ନ ପ୍ରକଳ୍ପ ନାଁରେ ବଳି ପଡ଼ୁଛି ଶହ ଶହ ବର୍ଷର ପୁରୁଣା ଗଛ। ନଷ୍ଟ ହେଉଛି ସବୁଜବଳୟ। କାରଣ ଗଛ ବଞ୍ଚିଲେ, ଆମେ ବଞ୍ଚିବା। ତେଣୁ ସୁସ୍ଥ ଜୀବନ ପାଇଁ ସବୁଜ ସୁନ୍ଦର ପରିବେଶ ଜରୁରୀ ବୋଲି ସେକ୍ଟର-୧୯ସ୍ଥ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର କହିଛନ୍ତି। ଦୈନିକ ଖବର କାଗଜ ‘ସମ୍ବାଦ’ ଏବଂ ଆମ ଓଡ଼ିଶା ସଙ୍ଗଠନ ପକ୍ଷରୁ ସ୍କୁଲ ପରିସରରେ ଆୟୋଜିତ ଚାରାରୋପଣ ଓ ଚାରାବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଚାରା ଲଗାଇକୁ କହିଥିଲେ। ସ୍କୁଲ କ୍ୟାମ୍ପସ ପରିସରରେ ଫଳନ୍ତି ଚାରା ଲଗାଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଜ୍ଞାନରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ବାଡ଼ିରେ ଗୋଟିଏ ଲେଖାଏଁ ଫଳନ୍ତି ଚାରା ଲଗାଇବାକୁ ପରାମର୍ଶ ଦେଇଥିଲେ। ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ସ୍କୁଲର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଚାରାରୋପଣ ସହ ମୋଟ ୭୫୦ ବିଭିନ୍ନ ପ୍ରକାର ଫୁଳ ଓ ଫଳ ଚାରା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ସମ୍ବାଦ ରାଉରକେଲା ସଂସ୍କରଣର ‌ଅଶୋକ କୁମାର ପାତ୍ର, ମଳୟ ରଞ୍ଜନ ସାହୁ, ଦେବବ୍ରତ ଗଡ଼ତିଆ, ସାଗର ମହାପାତ୍ର, ରାଜେଶ ସାହୁ, ଅଭୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଦିନରେ ସହରର ଅନ୍ୟ ସ୍କୁଲରେ ଅନୁରୂପ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!