ଆରଏସପିରେ ପୁନର୍ବସତି ଅଞ୍ଚଳର ଲୋକ ପ୍ରତିନିଧିଙ୍କ ସହିତ ମତବିନିମୟ ଅଧିବେଶନ “ମେଲ୍ ମିଲାପ୍” ଆୟୋଜିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ପାର୍ଶ୍ଵାଞ୍ଚଳ ବିକାଶ ପ୍ରତିଷ୍ଠାନ ଠାରେ ଜୁଲାଇ ୧୧ ତାରିଖରେ ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକର ଲୋକ ପ୍ରତିନିଧୀଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ, ‘ମେଲ ମିଲାପ’ ଅନୁଷ୍ଠିତ ହୋଇଯାଇଛି। ସିଏସ୍‌ଆର କାର୍ଯ୍ୟଧାରାରେ ‘ଜନ ସହଭାଗିତା’ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ସହର ପ୍ରଶାସନ ଓ ସିଏସ୍ଆର୍ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଡିଆଇସି ସଚିବାଳୟର ମହାପ୍ରବନ୍ଧକ ପି କେ ସାହୁ ସ୍ଵତନ୍ତ୍ର ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ଅବସରରେ ସିଏସଆର ବିଭାଗର  ଭାରପ୍ରାପ୍ତ  ମହାପ୍ରବନ୍ଧକ ସୁଶ୍ରୀ ମୁନ୍‌ମୁନ୍‌ ମିତ୍ର, ସହକାରୀ ମହାପ୍ରବନ୍ଧକ ଆଦିତ୍ୟ ନାରାୟଣ ପତି ଓ ଟି ବି ଟପ୍ପୋ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉଶ୍ରା ଆରଏସ କଲୋନୀ, ବାଙ୍କିବାହାଲ ଓ ଜୟଡେଗା ଆରଏସ କଲୋନୀର ପ୍ରତିନିଧି ମାନେ ଯୋଗଦେଇଥିଲେ।ଏଥିରେ ଉପରୋକ୍ତ ପୁନର୍ବସତି କଲୋନୀର ଲୋକ ପ୍ରତିନିଧିମାନେ ସେମାନଙ୍କ ଆବଶ୍ୟକତା ନିମନ୍ତେ ପିଚୁ ଓ କଂକ୍ରିଟ୍ ରାସ୍ତା, ସୌର ଆଲୋକ, କମ୍ୟୁନିଟି ସେଣ୍ଟର, ଡ୍ରେନେଜ୍ ଇତ୍ୟାଦି ଭଳି ସୁବିଧା ଯୋଗାଇ ଦେଇଥିବାରୁ ଆରଏସପିକୁ ପ୍ରଶଂସା କରିଥିଲେ। ଏହା ସହିତ ମନ୍ଦିରା ଜଳାଶୟରେ ଆରଏସପି ସିଏସଆର ପ୍ରୟାସ ଦ୍ଵାରା ମାଛ ଯାଁଆଳା ଛଡାଯିବା ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ଯାହାଦ୍ୱାରା ଜଳାଶୟରେ ମାଛସଂଖ୍ୟା ବୃଦ୍ଧି ପାଇଛି ଏବଂ ଆଖପାଖ ଅଞ୍ଚଳର  ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ହୋଇଛି। ଏହା ସହିତ ଅଂଶଗ୍ରହଣକାରୀମାନେ ମତବିନିମୟରେ ଆରଏସପି ପ୍ରଦତ୍ତ ସହଯୋଗର ବହୁ ପ୍ରଶଂସା କରିଥିଲେ। ଏଥିରେ ସିଏସଆର ଅଧୀନରେ ନୂତନ ପ୍ରକଳ୍ପ ଗ୍ରହଣ କରିବାକୁ ତଥା ଉଭୟ ଆରଏସପି ଓ ସରକାରଙ୍କ ସମ୍ବଳର ଶ୍ରେଷ୍ଠ ଉପଯୋଗ ପାଇଁ ଆବଶ୍ୟକତା ବିଷୟରେ ନୂତନ ପ୍ରସ୍ତାବ ଓ ଆଲୋଚନା ପାଇଁ ଉତ୍ସାହିତ କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ସିଏସଆର ମାଧ୍ୟମରେ ତାଲିମ ଏବଂ ଦକ୍ଷତା ବୃଦ୍ଧି ପଦକ୍ଷେପ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହି ଅଞ୍ଚଳର ଯୋଗ୍ୟ ଯୁବବର୍ଗଙ୍କଠାରୁ ଏଭଳି ତାଲିମର ଅଧିକ ଆବଶ୍ୟକତା ବିଷୟରେ କହିଥିଲେ। ଗ୍ରାମୀଣ ଅଞ୍ଚଳରେ ଇସ୍ପାତ ବ୍ୟବହାରରେ ବୃଦ୍ଧି ଆଣିବା ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା।  ସୁଶ୍ରୀ ମୁନମୁନ ମିତ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଏହି ସମସ୍ତ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକ ଉପରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!