ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ପାଇଁ ସେଲ ଆରଏସପିର ମେକାନିକାଲ୍ ସପରେ ଠିକା ଶ୍ରମିକ ପୁରସ୍କୃତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ମେକାନିକାଲ୍ ସପ ବିଭାଗରେ ଅନୁଷ୍ଠିତ ଏକ ଉତ୍ସବରେ ବିଭାଗରେ କାର୍ଯ୍ୟରତ ମେସର୍ସ ପୁନିଆ ଏଣ୍ଟରପ୍ରାଇଜସର ୧୦ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଛି। ଡିଜାଇନ ଓ ସପ୍ସ ବିଭାଗର ସିଜିଏମ ରବି ରଞ୍ଜନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଠିକା ଶ୍ରମିକମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଜାଇନ ଏବଂ ମେକାନିକାଲ୍ ଓ ଫାଉଣ୍ଡ୍ରି ସପର ଭାରପ୍ରାପ୍ତ ମହାପ୍ରବନ୍ଧକ ଶେଖର ନାରାୟଣ, ପିଆଇଏସ୍, ପିଏମ୍ଏମ୍, ପ୍ରୋଜେକ୍ଟ ଓ ସି ଏଲ୍ ସି ବିଭାଗର ମହାପ୍ରବନ୍ଧକ ସଞ୍ଜୟ ମେହରୋତ୍ରା ଏବଂ କାର୍ମିକ ବିଭାଗର ମହାପ୍ରବନ୍ଧକ ଏନ ସି ପଣ୍ଡା ଉପସ୍ଥିତ ଥିଲେ।। ଏହି କାର୍ଯ୍ୟକ୍ରମକୁ ମେକାନିକାଲ୍ ସପ ବିଭାଗର ଏଜିଏମ କେ ଆର ମିଶ୍ର ସଂଯୋଜନା କରିଥିବାବେଳେ ସିନିୟର ମ୍ୟାନେଜର ଡି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ମୁତାବକ ପୁରସ୍କୃତ ଠିକା ଶ୍ରମିକମାନେ କଞ୍ଚାମାଲ ପ୍ରବନ୍ଧନ ବିଭାଗର ଫେଜ-୩ର ବକେଟ ରିକ୍ଲେମରର କ୍ଷତିଗ୍ରସ୍ତ ସ୍ପେୟାର ବିକାଶର ଜରୁରୀ ଆବଶ୍ୟକତା ପୂରଣ କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ୫ଟି ପ୍ରଭେଦର ସ୍ପେୟାର ଯଥା ପିଭଟ୍ ବସ୍, ଦୁଇଟି ବିୟରିଂ ରିଟେନର୍ ଫ୍ଲେଞ୍ଜ୍, ଦୁଇଟି ପିନ୍ ହାଉସିଂ ଏବଂ ଗୋଟିଏ ପିନ୍ ଓ  ଦୁଇଟି ସ୍ପେସର୍ ର ବିକାଶ ଦ୍ଵାରା ଡାଉନଟାଇମ୍ ହ୍ରାସ ହେବା ସହିତ କାରଖାନା ପାଇଁ ବହୁ ସଞ୍ଚୟ ହାସଲ ହୋଇପାରିଛି। ହାଇ-ଏଣ୍ଡ ମେସିନ୍ ପରିଚାଳନାରେ ଆପ୍ରେଣ୍ଟିସ ଏବଂ କୁଶଳୀ ଠିକାଶ୍ରମିକଙ୍କୁ ତାଲିମ ଦେବାରେ ମେକାନିକାଲ୍ ସପ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏହା ବ୍ୟତୀତ ସଠିକ୍ ମେସିନ୍ ଟୁଲ୍ ଅପରେସନ୍, ଆସେମ୍ବଲି / ସବ୍ ଆସେମ୍ବଲିଗୁଡିକର ରକ୍ଷଣାବେକ୍ଷଣ ଏବଂ ଫିଟିଂ ମାଧ୍ୟମରେ ବିଭିନ୍ନ ପ୍ଲାଣ୍ଟ ୟୁନିଟ୍ ପାଇଁ ସ୍ପେୟାର୍ ପ୍ରସ୍ତୁତି ସଂପୃକ୍ତ ଅଧିକାରୀମାନଙ୍କ ନିରନ୍ତର ତତ୍ତ୍ବାବଧାନରେ ଆଉଟସୋର୍ସିଂ ଠିକା ଶ୍ରମିକଙ୍କ ଦ୍ଵାରା ସମ୍ପାଦିତ ହେଉଛି ଯାହା ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଅଟେ ।

Leave a Reply

Your email address will not be published. Required fields are marked *

error: Content is protected !!