କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିନଙ୍କୁ  ଦୁର୍ବ୍ୟବହାର ଘଟଣା ନେଇ ବୈଠକ

1 min read
Spread the love

ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଓ ସାଧାରଣ ଜନତା ଙ୍କ ସ୍ୱର ସାଜିଥିବା ଗଣମାଧ୍ୟମ ଅନେକ ସମୟରେ ଲୋକଙ୍କ ଅଭାବ ଅସୁଵିଧା  ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଏବଂ କେନ୍ଦ୍ର ସରକାର ପାଖରେ ପହଞ୍ଚାଇଆସୁଥିବା ତଥା ସରକାରୀ ଅନୁଦାନ ଗୁଡିକର ଅନିୟମତତା ହେଉଥିବା ନେଇ ଖବର ପ୍ରକାଶ କରି ଆସୁଛି। ଏହା ସତ୍ତ୍ୱେ ସୁଦ୍ଧା  ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ପ୍ରଶାସନର ଅସହଯୋଗ ଯୋଗୁଁ ନିଜ କର୍ତ୍ତବ୍ୟ ସୂଚାର୍ରୁ ରୂପେ କରି ପାରୁନଥିବା ଅଭିଯୋଗ ହେଉଛି। ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଗଣମାଧ୍ୟମ ଉପରେ ପ୍ରଶାସନ ତଥା ଶାସକ ଦଳ ପ୍ରତିବନ୍ଧକ ଲଗାଇ ସମସ୍ତ ଦୁର୍ନୀତି କୁ ଘଣ୍ଟ ଘୋଡାଇରଖିବା ପାଇଁ ହୀନ ପ୍ରୟାସ କୁ ବରଦାସ୍ତ କରାଯିବ ନାହିଁ ବୋଲି ଏବେ ସ୍ୱର ଶୁଭିଲାଣି l ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଉପଖଣ୍ଡ  ଜନ ସୂଚନା ଅଧିକାରୀ ସ୍ଥାନୀୟ ବିଧାୟିକା ଓ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସୁଚନା ଅଧିକାରୀ ଙ୍କ ନିମନ୍ତ୍ରଣ ପାଇ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ। ସେଠାରେ କେବଳ ଫଟୋ ଓ ଭିଡ଼ିଓ ସୁଟିଂ କରି ସମସ୍ତ ସାମ୍ବାଦିକ ଙ୍କୁ ଚାଲି ଯିବାକୁ କୁହାଯାଇଥିଲା । ଏ ନେଇ ଟିଟିଲାଗଡ ରେ ଏକ ସାମ୍ବାଦିକ ସଭା ଆୟୋଜନ କରି ସବିଶେଷ ଆଲୋଚନା ସହ ଏଭଳି ଗଣ ମାଧ୍ୟମ କୁ ଉପେକ୍ଷା କେତେ ଯୁକ୍ତି, ଯୁକ୍ତ ସେ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

error: Content is protected !!