ରାଉରକେଲାରେ ଜାତୀୟ  ବୃତ୍ତିଗତ ସାସ୍ଥ୍ୟ ଦିବସ ପାଳିତ

1 min read
Spread the love

ରାଉରକେଲା ସହରର ଇଣ୍ଡୋ ଜର୍ମାନ କ୍ଲବ ପରିସରରେ  ଜାତୀୟ  ବୃତ୍ତିଗତ ସାସ୍ଥ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଇସ୍ପାତ ଜେନେରାଲ ହସ୍ପିଟାଲ୍‌ର ମୁଖ୍ୟ ତଥା ଆର୍‌ଏସପିର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି କୁମାର ହୋତା ମୂଖ୍ୟ ଅତିଥି, ଆର୍‌ଜିଏଚ୍‌ର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳ ସମ୍ମାନିତ ଅତିଥି ଏବଂ ଜାତୀୟ ସୁରକ୍ଷା ପରିଷଦ, ଓଡିଶା ଶାଖାର ସମ୍ପାଦକ ମଧୁ ସୁଦନ ମୋହିନୀ ଅନ୍ୟତମ ସମ୍ମାନିତ ଅତିଥି ରୁପେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥିଭାବେ ପୂର୍ବତନ ଆର୍‌ଏସପି ଅଧିକାରୀ ହିମାଂଶୁ ଶେଖର ଦାସ ଏହିଭଳି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ବିଶେଷ କରି କର୍ମଜିବିମାନଙ୍କ ଭିତରେ ବୃତ୍ତିଗତ ସାସ୍ଥ୍ୟ ସମ୍ବନ୍ଧରେ ଏକ ଜନ ସଚେତନତା ସୃଷ୍ଟି କଲେ ଏହାର ପ୍ରଭାବ ନିଶ୍ଚିତ ରୁପେ ଶିଳ୍ପ ଓ ସମାଜ ଉପରେ ଏକ ସକାରତ୍ମକ ଭାବ ପକାଇବ ବୋଲି ଅତିଥିମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାଲ୍‌କୋ, ଅନୁଗୋଳର ଡାକ୍ତର ମିତେଶ କୁମାର ବାଗ୍‌ଚି ଓ ସୁଶ୍ରୀ ଡାକ୍ତର ମଧୁମିତା ଜେମସ୍ ଅତିଥି ବକ୍ତା ଭାବେ ଉପସ୍ଥିତ ରହି ନିଜର ସନ୍ଦର୍ଭ ପାଠ କରିଥିଲେ। ରାଉରକେଲା ଇସ୍ପାତ କାରଖାନାର ବୃତ୍ତିଗତ ବିଶେଷଜ୍ଞ ଓ ବୃତ୍ତିଗତ ସାସ୍ଥ୍ୟ ସଙ୍ଗଠନ ଓଡିଶା ଶାଖାର ସମ୍ପାଦକ  ଡାକ୍ତର ସୁରେନ୍ଦ୍ରେ କୁମାର ଏହି ଦିବସର ବା ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଡାକ୍ତର ଜ୍ଞାନେନ୍ଦ୍ର ସଡଙ୍ଗୀ ଓ ଡାକ୍ତର ଶଶିଭୁଷଣ ନେପାକ ଙ୍କୁ ତାଙ୍କର ଦୀର୍ଘ ଦିନର ସହଭାଗିତା ଓ ଅଭିଜ୍ଞତା ପାଇଁ ଉପଢୌକନ ଏବଂ ଉତ୍ତରୀୟ ଦେଇସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଜାତୀୟ  ବୃତ୍ତିଗତ ସାସ୍ଥ୍ୟ ସଙ୍ଗଠନ ଓଡିଶା ଶାଖାର ସଭାପତି ଡାକ୍ତର ତରୁଣାଦିତ୍ୱ ମିଶ୍ର  ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସ୍ୱାଗତ ଅଭି ଭାଷଣ ରଖିଥିଲେ। ଏଥିରେ ଡାକ୍ତର ପଙ୍କଜ କୁମାର ନନ୍ଦ, ଡାକ୍ତର ରାଧାନାଥ ଶତପଥୀ, ଡାକ୍ତର ମୟାସା ସୋରେନ, ଯୋଗଦାନ କରିଥିଲା ବେଳେ ରାମକୃଷ୍ଣ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!