ରାଉରକେଲା ସେଣ୍ଟ୍ରାଲ ରୋଟାରୀ କ୍ଲବ୍ର ସ୍ଥାପନା ଦିବସ ପାଳନ
1 min read
ରାଉରକେଲା ସେଣ୍ଟ୍ରାଲ ରୋଟାରୀ କ୍ଲବ୍ର ୨୮ତମ ସ୍ଥାପନା ଦିବସ ପାଳନ ସହରର ରାଧିକା ରିଜେନ୍ସି ହୋଟେଲ୍ରେ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ମଞ୍ଜିତ ସିଂ ଆରୋରା ଯୋଗଦେଇଥିଲେ। ଏହି ଅବସରରେ କ୍ଲବ୍ର ନୂତନ ଅଧ୍ୟକ୍ଷ ଅବ୍ଦୁସ୍ ସଲାମ ବିଦାୟୀ ଅଧ୍ୟକ୍ଷ ବ୍ରଜେଶ ଗୁପ୍ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏହାସହିତ ନୂତନ ସମ୍ପାଦକ ବିକାଶ ପାଣ୍ଡେ ପୂର୍ବତନ ସମ୍ପାଦକ ରାଜେଶ ଅଗ୍ରୱାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଅବସରରେ କ୍ଲବର ସମସ୍ତ ସଦସ୍ୟ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଅବଦୁସ୍ ସଲାମ ରୋଟାରୀ କ୍ଲବ୍ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ ଇଣ୍ଟରନ୍ୟାସନାଲ୍ର ମୂଳ ଲକ୍ଷ “ବିଶ୍ୱରେ ଆଶା ସୃଷ୍ଟି କରିବା” ସହିତ ୨୦୨୩-୨୪ ବର୍ଷ କ୍ଲବ୍ର ସଦସ୍ୟ ସଂଖ୍ୟା ବୃଦ୍ଧି, ବିଭିନ୍ନ ସେବା ମୂଳକ କାର୍ଯ୍ୟ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।