ଟିମ୍‌ ଉଦାହରଣ ପକ୍ଷରୁ ସହୀଦ ସମ୍ମାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

1 min read
Spread the love

ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଟିମ୍‌ ଉଦାହରଣ’ ପକ୍ଷରୁ ଗତବର୍ଷ ଭଳି ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି ‘ସହୀଦ ସମ୍ମାନ’ କାର୍ଯ୍ୟକ୍ରମ। ସୁନ୍ଦରଗଡ଼ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ପୋଲିସ, ଅର୍ଦ୍ଧ ସାମରିକ ବାହିନୀ କିମ୍ବା ଭାରତୀୟ ସେନାବାହିନୀରେ କାର୍ଯ୍ୟ କରି ନିଜ ଜୀବନକୁ ବିପନ୍ନ କରି ଦେଶ ମାତୃକାର ସେବା ପାଇଁ ନିଜ ଜୀବନ ବଳି ଦେଇଥିବା କିଛି ସହୀଦମାନଙ୍କୁ ଚଳିତ ବର୍ଷ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସହରର ଏକ ଘରୋଇ ରେସ୍ତୋରାଁରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସିଆରପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସହୀଦ ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନାରେ ହୋଇଥିବା ନିଷ୍ପତ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ହେବାକୁ ଥିବା ସହୀଦ ସମ୍ମାନ କାର୍ଯ୍ୟକ୍ରମରେ ୧୦ଜଣ ବିଭିନ୍ନ ବର୍ଗର ସହୀଦଙ୍କୁ ସମ୍ମାନ ଦିଆଯିବ। ଏହା ସହିତ ସହୀଦମାନଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ସହିତ ଆବଶ୍ୟକତା ମୁତାବକ ଅନ୍ୟାନ୍ୟ ସହାୟତା  ଦେବା ପାଇଁ ଆଲୋଚନା ହୋଇଛି। ଏହା ସହିତ ଟିମ୍‌ ଉଦାହରଣ ଅନୁଷ୍ଠାନକୁ ଟ୍ରଷ୍ଟ ଅଧିନିଅୟମ ଅନୁଯାୟୀ ପଞ୍ଜୀକରଣ କରିବା ସହ ଅନୁଷ୍ଠାନ ପରିଚାଳନା ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସମାଜସେବୀ ଚନ୍ଦ୍ରଶେଖର ଶତପଥି, ଶଙ୍କର ଜେନା, ରାଜେଶ ତନ୍ତି, ସନ୍ତୋଷ ଜୟପୁରିଆ, ପ୍ରକାଶ ମହାକୁଲ ଏବଂ ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।   

Leave a Reply

Your email address will not be published. Required fields are marked *

error: Content is protected !!