Skip to content
ସିପିଆଇଏମ୍ ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସହିତ ପନିପରିବାର ଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁଁ ରନ୍ଧନ ଗ୍ୟାସ୍ ସହିତ ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ହେଉଛି। ଏହା ସହିତ ରାଜ୍ୟ ସରକାରଙ୍କ ଅନିୟନ୍ତ୍ରଣ ଯୋଗୁଁ ସାରା ରାଯ୍ୟରେ ପନି ପରିବା ଦର ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସିପିଆଏମ ଆଞ୍ଚଳିକ କମିଟି ପକ୍ଷରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରାଯାଇଛି। ଏହା ସହିତ ଦରଦାମ୍ ବୃଦ୍ଧୁକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିବା ଦାବିରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟରେ ଦିଆଯାଇଛି। ଏହି ଅବସରରେ ସିପିଆଇଏମ୍ର ଯୁବ ନେତା ରାଜକିଶୋର ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ବିରୋଧ ପ୍ରଦର୍ଶନରେ ବିଭିନ୍ନ ବର୍ଗର ସିପିଆଏମ କର୍ମୀମାନେ ଉପସ୍ଥିତ ଥିଲେ।
Post Views: 466
error: Content is protected !!