Skip to content
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ବିଭାଗ ପକ୍ଷରୁ ଆନ୍ତରାଜ୍ୟ ଚୋରା ଚାଲାଣ ହେଉଥିବା ୩୫୦ କିଲୋ ମହୁଲି ଜବତ କରାଯାଇଛି। ଏହା ସହିତ ଗୋଟିଏ କାର ଜବତ କରାଯାଇ ଜଣକୁ ଗିରଫ କରାଯାଇଛି।
ଅବକାରୀ ବିଭାଗର ଆରକ୍ଷୀ ନିରୀକ୍ଷକ ବା ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ରାଉରକେଲା ସହରର ମାଳଗୋଦାମ ନିକଟରୁ ଚଢାଉ କରାଯାଇ ଗୋଟିଏ କାର୍ରେ ଅଣାଯାଇଥିବା ଦେଶୀ ମଦ ଜବତ ହୋଇଥିଲା। ଏ ସମ୍ପର୍କରେ ବିଭାଗର ଅଧିକାରୀଙ୍କ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଅବକାରୀ ବିଭାଗର ମୋବାଇଲ ୟୁନିଟ ସହିତ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ। ଏହି ଚଢ଼ାଉରେ ଏକ ଅଲ୍ଟୋ କାର୍ରେ ମଦ ଆସୁଥିବାକୁ ନେଇ ସୂଚନା ମିଳିଥିଲା। ଏହି ମଦ ରାଉରକେଲାର ବିଭିନ୍ନ ବ୍ୟାପାରୀଙ୍କୁ ବିକ୍ରୟ ହେବାର ଥିବା ସୂଚନା ମିଳିଛି।
Post Views: 357
error: Content is protected !!