ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଗଣାମାଧ୍ୟମ ପ୍ରତିନିଧିଙ୍କୁ ନେଇ କର୍ମଶାଳା

1 min read
Spread the love

“ଗଣମାଧ୍ୟମ ସମାଜର ଦର୍ପଣ ରୂପେ କାର୍ଯ୍ୟ କରିଥାଏ। ଆମେ ସେମାନଙ୍କର ରିପୋର୍ଟ ଓ ଲେନ୍ସ ମାଧ୍ୟମରେ ପୃଥିବୀକୁ ଦେଖିଥାଉ,” ବୋଲି ‘ଆରଏସପି: ଆଜି ଏବଂ ଆସନ୍ତାକାଲି – ପ୍ରଗତିର ସହଯାତ୍ରୀ ଗଣମାଧ୍ୟମ’ ଶୀର୍ଷକ କର୍ମଶାଳାରେ ଉଦବୋଧନ ଦେଇ ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ କହିଛନ୍ତି। ଇଣ୍ଡୋ- ଜର୍ମାନ କ୍ଲବରେ ଆରଏସପି ର ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟମରେ କାରଖାନାର ବରିଷ୍ଠ ଅଧିକାରୀଙ୍କ ସମେତ ସହରର ବିଭିନ୍ନ ବର୍ଗର ଗଣାମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ମତବିନିମୟ ଅଧିବେଶନରେ ଶ୍ରୀ ଭୌମିକ ସ୍ୱାସ୍ଥ୍ୟ ସେବା, ପରିବେଶ, ଶିକ୍ଷା, କ୍ରୀଡା, ସିଏସ୍ଆର୍ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ଇସ୍ପାତ କାରଖାନାର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ବିଶ୍ୱବଜାରରେ ତିଷ୍ଠି ରହିବା ପାଇଁ ଆରଏସପି ଦ୍ୱାରା ଏହାର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସଂଗଠିତ ପ୍ରୟାସଗୁଡିକ ଉପରେ ଗୁରୁତ୍ୱାରୋପ କରିଥିଲେ। ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ଦ୍ଵାରା ଉପସ୍ଥପିତ କିଛି ପ୍ରସଙ୍ଗ ଉପରେ  ବରିଷ୍ଠ ଅଧିକାରୀ ତଥା ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ଏନଂ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା ପ୍ରମୁଖ ଉତ୍ତର ରଖିଥିଲେ। ଏହି କର୍ମଶାଳାରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରାୟ ୮୦ ଗଣମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ତଥା ସଞ୍ଚାରମୁଖ୍ୟ ଅର୍ଚ୍ଚନା ଶତପଥୀ ସମାବେଶକୁ ସ୍ୱାଗତ କରିଥିଲେ।

ଏହା ସହିତ ‘ରାଉରକେଲା ଇସ୍ପାତ କାରଖାନା-ଆଜି ଏବଂ ଆସନ୍ତାକାଲି’ ପ୍ରସଙ୍ଗରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଏଥିରେ ୧୯୫୯ ମସିହାରେ କାରଖାନା ସ୍ଥାପନା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆରଏସପିର ଗୌରବମୟ ଯାତ୍ରା ଉପରେ ଆଧାରିତ ଏକ ବୃତ୍ତଚ୍ଚିତ୍ରର ପ୍ରଦର୍ଶନ ହୋଇଥିଲା। ଲୋକ ସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ  ଶଶାଙ୍କ ଶେଖର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା, ଖଣି ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ପି କେ ରଥ, ବିତ୍ତ ଓ ଲେଖା ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଏ କେ ବେହୁରିଆ ମଞ୍ଚାସୀନ ଥିଲେ।

ରାଉରକେଲା ଇସ୍ପାତ କାରଖାନା  ସମ୍ପର୍କରେ ଡ଼ିଆଇସି ସାଧାରଣ ଲୋକଙ୍କ ସମାଜ ପ୍ରତି ଦୃଷ୍ଟିକୋଣ ସୃଷ୍ଟି କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରୁ ଆରଏସପିକୁ ନିରନ୍ତର ସହଯୋଗ ପ୍ରଦାନ ନିମନ୍ତେ ରାଉରକେଲାର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା  ଜଣାଇ ଶ୍ରୀ ଭୌମିକ ଇସ୍ପାତ କାରଖାନା ସହିତ  ଗଣମାଧ୍ୟମର ଏହି ସୁସ୍ଥ ସହଭାଗିତା ଭବିଷ୍ୟତରେ ମଧ୍ୟ ଅତୁଟ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ। 

Leave a Reply

Your email address will not be published. Required fields are marked *

error: Content is protected !!