ଗରିବ ମହିଳାଙ୍କୁ ସହାୟତା ହାତ ବଢ଼ାଇଲେ ସମାଜସେବୀ ମୀନତି ଦେବତା

1 min read
Spread the love

ରାଉରକେଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରଧାନପାଲ୍ଲି-ବନ୍ଧପୋଷ ବାସିନ୍ଦା ସୁଚିତ୍ରା କିସାନ ଲୋକଙ୍କ ଘରକାମ କରି ଚଳୁଛନ୍ତି। ସ୍ବାମୀ ଦିନ ମଜୁରିଆ, ଯାହା ମିଳେ ମଦ ପିଇ ଦିଏ । ଗତ ୭ବର୍ଷ ଧରି ତାଙ୍କର ରାସନ କାର୍ଡ କରାଇଦେବା ପାଇଁ କିଛି ବ୍ୟକ୍ତି ପ୍ରାୟ ପାଞ୍ଚହଜାର ଟଙ୍କା  ନେଇ ଠକି ଦେଇଛନ୍ତି । ଏ ସମ୍ପର୍କରେ ଜାଣିବା ପରେ ସମାଜସେବୀ ମିନତି ଦେବତା ଯୋଗାଣ ବିଭାଗରେ  ସୁଚିତ୍ରା ସମ୍ପର୍କରେ କହିଥିଲେ । ଏହାପରେ ବିଭାଗୀୟ ସୂଚନା ମୁତାବକ ସୁଚିତ୍ରା କିସାନ ନାଁ ରେ ଲାଠିକଟା ରେ କାର୍ଡ ଅଛି।ସମ୍ଭବତଃ କିଛି ବ୍ୟକ୍ତି ସୁଚିତ୍ରା ନାମରେ କାର୍ଡ ବ୍ୟବହାର କରୁଛନ୍ତି । ସେଥିପାଇଁ ତାଙ୍କ ନାମରେ ନୂଆ କାର୍ଡ ହୋଇପାରୁନି।ଏହାପରେ ମିନତୀ ଦେବତା ସମସ୍ତ ଘଟଣା ସମ୍ପର୍କରେ ମହାନଗର ନିଗମ ଆୟୁକ୍ତ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସମସ୍ତ ବିଷୟ ଜାଣିବା ପରେ ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!